Only for Entertainment

ଆପଣ ମଧ୍ୟ କରୁଛନ୍ତି ଏଭଳି ଭୁଲ, ହୋଇଯାଆନ୍ତୁ ସାବଧାନ । ଗମ୍ଭୀର ରୋଗରୁ ବଂଚିପାରିବେ ।

Dr. Chauncey Crandall
26

ବେଳେ ବେଳେ କେତେକ ଛୋଟ କଥାକୁ ନଜର ଅନ୍ଦାଜ ନକରି ସେଥିପ୍ରତି ଦୃଷ୍ଟିନିକ୍ଷେପ କରିବା ଉଚିତ । କାରଣ ସାମାନ୍ୟତମ ଭୁଲ ଜୀବନ ନେଇପାରେ । ଆଜ୍ଞା ହଁ ସେହିଭଳି ଏକ ଭୁଲ ହେଉଛି ଖାଲିପେଟରେ ଥିବା ସମୟରେ ଯେଉଁ କଥା ଖାଇବା ଉଚିତ ତାହା ନଖାଇ ଯଦି ତାହାର ବିକଳ୍ପ ଦେଖନ୍ତି । ବିଶେଷ କରି ପିଜା ହେଉ ବା ବର୍ଗର ବା ସେହିଭଳି ଅନ୍ୟ କେତେକ ଜଙ୍ଗ ଫୁଡ । ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣ କେତେକ ଗମ୍ଭୀର ରୋଗର ଶୀକାର ହୋଇପାରନ୍ତି । ଯେପରିକି….. ।

ଅଲ୍ସର ସମସ୍ୟା:
ଏହାଦ୍ୱାରା ପେଟରେ କୋଷ୍ଟକାଠିନ୍ୟ ହେବା ସହ ପେଟ ଦରଜ ରୁହେ ଏବଂ ଧୀରେ ଧୀରେ ଏହି ସମସ୍ୟା ବଢିଯାଇ ଅଲ୍ସର ରୋଗରେ ପରିଣତ ହୋଇଥାଏ ।

ହାର୍ଟ ପାଇଁ ବିପଦ:
ବ୍ରେଡରେ ପ୍ରଚୁର ପରିମାଣର ସୋଡିୟମ ମିଶାଯାଇଥାଏ । ଯାହା ରକ୍ତ ଚାପର ଗତିକୁ ବଢାଇ ହାର୍ଟ ସମସ୍ୟାକୁ ବଢାଇ ଦେଇଥାଏ ।

ଲିଭର ଖରାପ ହେବା:
ମଇଦାରେ ବ୍ରେଡ୍ ତିଆରି ହୋଇଥାଏ । ଏହାଦ୍ୱାରା ପାଚନକ୍ରିୟାରେ ସମସ୍ୟା ଉପୁଜି ଥାଏ । ଏହାବ୍ୟତିତ ଏଥିରେ କାର୍ବୋହାଇଡ୍ରେଟସ୍ ଲିଭରକୁ ଦୁର୍ବଳ କରିଦେଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More