Only for Entertainment

ଶୀତ ଦିନେ ଏହି ସବୁ ଜିନିଷ ଖାଉଛନ୍ତି କି? ତେବେ ହୋଇଯା’ନ୍ତୁ ସାବଧାନ!

rd.com
0 33

ଉତ୍ତର ପଶ୍ଚିମ ଭାରତରେ ଦିନକୁ ଦିନ ଶୀତ ପ୍ରବାହ ବଢିବାରେ ଲାଗିଛି । ଲଗାତାର ମୌସୁମୀରେ ପରିବର୍ତ୍ତନ ଯୋଗୁଁ ଅନେକ ବ୍ୟକ୍ତିଙ୍କୁ ବିଭିନ୍ନ ରୋଗର ସମ୍ମୁଖୀନ ହେବାକୁ ପଡିଥାଏ । ଶୀତଳ ବାୟୁ ପ୍ରବାହ କାରଣ ୫ଜଣକ ମଧ୍ୟରୁ ୩ଜଣକୁ ଥଣ୍ଡା, କାଶ, ଜ୍ୱର, ଗଳା ଯନ୍ତ୍ରଣା, ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ୟା ଭଳି ଅନେକ ସମସ୍ୟାର ଶୀକାର ହୋଇଥା’ନ୍ତି । ଏହି ରୋଗ ସମସ୍ୟାରୁ ମୁକ୍ତି ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଓøଷଧ ସେବନ କରିଥା’ନ୍ତି, ମାତ୍ର ଅନେକ ସମୟରେ ଏହିକାରଣରୁ ପାଶ୍ୱର୍ ପ୍ରତିକ୍ରିୟା ହୋଇଥାଏ । ତେଣୁ ଶୀତ ଦିନେ ଖାଦ୍ୟ ପାନୀୟ ଉପରେ ଧ୍ୟାନ ରଖିବା ସହ ଏଭଳି ଛୋଟ ଛୋଟ ରୋଗ ସମସ୍ୟା ମଧ୍ୟ ଦୂର କରାଯାଇପାରିବ । ମାତ୍ର ଏଭଳି କିଛି ଜିନିଷ ରହିଛି ଯାହାକୁ ସେବନ କରିବାଦ୍ୱାରା ଏହି ଋତୁରେ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି । ଆସନ୍ତୁ ଜାଣିବା କେଉଁ ଜିନିଷକୁ ପରିତ୍ୟାଗ କରିବାଦ୍ୱାରା ନିଜକୁ ସୁସ୍ଥ ରଖିପାରିବେ ।

୧. ମଦ୍ୟପାନ:

ଶୀତରୁ ବଂଚିବା ପାଇଁ ଅନେକ ଲୋକ ମଦ୍ୟପାନ କରିଥା’ନ୍ତି ମାତ୍ର ଏହାକୁ ପିଇବାଦ୍ୱାରା ଶରୀରର ତାପମାତ୍ରାରେ ବୃ୍ଦ୍ଧି ଘଟିଥାଏ । ଯାହାଦ୍ୱାରା ଥଣ୍ଡା ହେବାର ସମସ୍ୟା ଉପୁଜିଥାଏ । ଯଦି ଶୀତ ଦିନେ ଥଣ୍ଡା ଜ୍ୱର ଆଦି ସମସ୍ୟାରୁ ମୁକ୍ତି ଚାହୁଛନ୍ତି ତେବେ ଶୀତ ଦିନେ ମଦ୍ୟପାନ କରନ୍ତୁ ନାହିଁ ।

୨. ଥଣ୍ଡା ଜିନିଷ:

ଏହି ଋତୁରେ ଆଇସକ୍ରିମ, କୌଣସି ପ୍ରକାରର ଥଣ୍ଡା ପାନୀୟ ସେବନ କରନ୍ତୁ ନାହିଁ । ଏସବୁ ସେବନଦ୍ୱାରା ଗଳା ଉପରେ କୁପ୍ରଭାବ ପଡିଥାଏ । ଗଳା ଖରାପ ହେଲେ ଲୁଣ ପାଣିରେ କୁଳି କରନ୍ତୁ । ସକାଳ ଏବଂ ସଂନ୍ଧ୍ୟାରେ ଏସବୁ କରିବାଦ୍ୱାରା ଗଳା ଯନ୍ତ୍ରଣାରୁ ମଚକ୍ତି ମିଳିଥାଏ ।

୩. ଲାଲ ମାଂସ

ଥଣ୍ଡା ଦିନେ ଲାଲ ମାଂସ, ଅଣ୍ଡା ଖାଇବା ଉଚିତ ନୁହେଁ । ଏଥିରେ ପ୍ରୋଟିନର ମାତ୍ରା ଅଧିକ ରହିବା କାରଣରୁ ଗଳାରେ କଫ ସୃଷ୍ଟି ହୋଇଥାଏ । ଯାହାଦ୍ୱାରା କାଶ ଭଳି ସମସ୍ୟା ଦେଖା ଦେଇଥାଏ ।

୪. ଅଫସିଜନ ଫ୍ରୁଟ(ଋତୁବିହୀନ ଫଳ):

ଋତୁ ଅନୁସାରେ ଫଳ ସେବନ କରିବା ଉଚିତ । ଅଫସିଜନ ଫଳ ଖାଇବାଦ୍ୱାରା ବ୍ୟକ୍ତି ସୁସ୍ଥ ହେବା ପରିବର୍ତେ ରୋଗାକ୍ରାନ୍ତ ହୋଇଥାଏ । କିଛି ଲୋକ ଏହି ଋତୁରେ କଦଳୀ, ଏବଂ ତରଭୁଜ ଭଳି ଫଳ ସେବନ କରନ୍ତି ଯାହାଦ୍ୱାରା ରୋଗ ସମସ୍ୟା ବୃଦ୍ଧି ହୋଇଥାଏ ।

୫. ମିଠା କମ ଖା’ନ୍ତୁ:ଅଧିକ ମିଠା ଖାଇବାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା କମିବାରେ ଲାଗେ, ଯାହାଫଳରେ ଶରୀରରେ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାଏ । ବ୍ୟାକ୍ଟେରିଆ ବୃଦ୍ଧି ହେବାଦ୍ୱାରା ଶରୀରମଧ୍ୟରେ ରୋଗସହ ଲଢିବା କ୍ଷମତା ହ୍ରାସ ପାଇଥାଏ । ପ୍ରାକୃତିକ ମିଠା ଖାଇବାଦ୍ୱାରା ପ୍ରତିରୋଧକ କ୍ଷମତାରେ କୌଣସି ଅସୁବିଧା ହୋଇନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More