Only for Entertainment

ଏହି କାରଣରୁ ଅଧିକ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ ।

myfarmhouse.co.in
23

ଅଧିକାଂଶ ଆଳୁ ଖାଇବାକୁ ପସନ୍ଦ କରନ୍ତି । କାରଣ ପରିବା ମଧ୍ୟରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଯଦିଓ ଏହାକୁ ଅଧିକ ମାତ୍ରାରେ ଖାଆନ୍ତି ତଥାପି ଏହା ଅଧିକ କାହିଁକି ଖାଇବା ଅନୁଚିତ ତାହା ଉପରେ ଥରେ ମାତ୍ର ନଜର ପକାଇବା ଉଚିତ ।

ଅଧିକ ଆଳୁ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ବଢିଯାଇଥାଏ । ମୁଖ୍ୟତଃ ଯେଉଁମାନଙ୍କର ଗ୍ୟାସ ସମସ୍ୟା ଆଗରୁ ଥିବ । ଏହି ସମୟରେ ଖାଦ୍ୟରେ ଆଳୁର ବ୍ୟବହାର କମ କରିଦିଅନ୍ତୁ ।

ଯଦି ଆପଣ ମଧୁମେୟ ରୋଗୀ ତେବେ ଆଳୁଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କୁ କ୍ଷତି ପହଞ୍ଚାଇ ଥାଏ । ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆଳୁକୁ ନିୟନ୍ତ୍ରଣ କରିବାକୁ ପଡିବ । ଆଳୁରେ ଗ୍ଲାଇସୋମିକ ଇଣ୍ଡେକ୍ସ ଥାଏ, ଯାହା ଶରୀରରେ ଗ୍ଲୁକୋଜ ମାତ୍ରାକୁ ବଢାଇ ଦେଇଥାଏ । ଯେପରି ଶରୀରରେ ସୁଗାରର ମାତ୍ରା ନବଢୁ ସେଥିପାଇଁ ଆଳୁ ଖାଇବା ବନ୍ଦ କରିଦିଅନ୍ତୁ ।

ଅଧିକ ମାତ୍ରାରେ ଆଳୁ ଖାଇବା ରକ୍ତଚାପ ପାଇଁ ମଧ୍ୟ ଠିକ୍ ହୋଇନଥାଏ । ଏହାଦ୍ୱାରା ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ଥାଏ । ରିସର୍ଚ ଅନୁଯାୟୀ ସପ୍ତାହରେ ୪ ଥରରୁ ଉର୍ଦ୍ଧ ଆଳୁ ଖାଇବା ଦ୍ୱାରା ରକ୍ତଚାପ ବଢି ଯାଇଥାଏ । ସେଥିପାଇଁ ଉଚ୍ଚ ରକ୍ତ ଚାପରୁ ମୁକ୍ତି ପାଇଁ ଆଳୁର ସେବନ କମ କରନ୍ତୁ ।

ଓଜନ ହ୍ରାସ କରିବା ପାଇଁ ନିୟମିତ ଜିମ୍ ଯାଉଛନ୍ତି ଏବଂ ତାହାସହିତ ଆଳୁ ଚିପ୍ସ,ଫ୍ରେଞ୍ଚ ଫ୍ରାଏଡ,ଆଳୁ ତରକାରୀ ଖାଉଛନ୍ତି । ଏହାଦ୍ୱାରା ଆପଣଙ୍କ ଓଜନ ହ୍ରାସ ହେବ ନାହଁ ବରଂ ଅଧିକ ବଢିବାର ସମ୍ଭାବନା ରହିଛି । ଅଧିକ ଆଳୁ ଖାଇବା ଦ୍ୱାରା ଫ୍ୟାଟ ଏବଂ କ୍ୟାଲୋରୀ ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More