Only for Entertainment

ଦର୍ପଣକୁ ଏହି ସ୍ଥାନରେ ରଖିବା ମନା ।

homedepot.com
0 46

ଦର୍ପଣ ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି । କାରଣ ମଣିଷର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ମଧ୍ୟରେ ଦର୍ପଣ ଗୋଟିଏ । କିନ୍ତୁ ୨୪ ଘଂଟା ମଧ୍ୟରେ ଏଭଳି କିଛି ସମୟ ରହିଛି ଯେଉଁ ସମୟରେ ଦର୍ପଣ ଦେଖିବା ମନା । କାରଣ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ । ତେବେ ସକାଳେ ଉଠିବା ସମୟରେ ନିଜ ଚେହୋରାକୁ ଦର୍ପଣରେ ଦେଖିବା ଅନୁଚିତ । ଏହା ଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ । ଯାହା ଦ୍ୱାରା ଘରେ ଦରିଦ୍ରତା ସୃଷ୍ଟି ହୋଇଥାଏ । କାରଣ ସକାଳ ସମୟରେ ଶୋଇକି ଉଠିବା ପରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ । ବାଥରୁମର ଠିକ ସାମ୍ନାରେ ଦର୍ପଣ ହେବା ଦ୍ୱାରା ଆମ ସହିତ ଯେଉଁ ନକତାତ୍ମକ ଶକ୍ତି ଭିତରକୁ ଯାଏ ତାହା ପୁଣିଥରେ ଘରକୁ ଆସିଥାଏ । ତେଣୁ ଦର୍ପଣ ଏଭଳି ଲଗାନ୍ତୁ ଯେପରି ତାହାର ପ୍ରତିବିମ୍ବ ବାଥରୁମରୁ ବାହାରକୁ ନ ଆସୁ ।

ଘରର କୌଣସି ଶୟନ କକ୍ଷରେ ଦର୍ପଣ ଲଗାଇବା ଅନୁଚିତ । ଏହା ଦ୍ୱାରା ବିଭିନ୍ନ ସମସ୍ୟା ହୋଇଥାଏ । ଶୟନ କକ୍ଷରେ ଦର୍ପଣ

ଏଭଳି ଭାବରେ ଲଗାନ୍ତୁ ଯେଭଳି ବେଡର ପ୍ରତିବିମ୍ବ ଦର୍ପଣରେ ଦେଖାନଯିବ ।

ଦର୍ପଣ ଏଭଳି ସ୍ଥାନରେ ଲଗାନ୍ତୁ ଯେଭଳି ଦର୍ପଣରେ ଘରର ପ୍ରବେଶ ଦ୍ୱାର ଦେଖାନଯିବ ।

ସର୍ବଦା ଆଇନାକୁ ସଫା କରିବା ଉଚିତ ।

ଦର୍ପଣକୁ ମାଥରୁମର ମଝି କାନ୍ଥରେ ଲଗାଇ ପାରିବେ ।

ଘରର ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ । ଏହା ଦ୍ୱାରା ଧନ ବୃଦ୍ଧି ହୋଇଥାଏ,ଏହା ସହିତ ସଂକଟ ମଧ୍ୟ ସମାପ୍ତ ହୋଇଥାଏ ।

ଦର୍ପଣକୁ ଏଭଳି କିଛି ସ୍ଥାନରେ ଲଗାନ୍ତୁ ଯେପରି ଏକ ଶୁଭ ବସ୍ତୁର ପ୍ରତିବିମ୍ବ ସେଥିରେ ଦେଖାଯିବ ।
ଭଙ୍ଗା ରୁଜା କାଚ ଘରେ ରଖିବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More