Only for Entertainment

ଭୁଲରେ ମଧ୍ୟ ପ୍ରିଜରେ ରଖନ୍ତୁ ନାହିଁ ଆଳୁ, ହୋଇପାରନ୍ତି ଏହି ମାରାତ୍ମକ ରୋଗର ଶିକାର ।

Fill Your Plate
32

ରୋଷେଇ ଘର ପାଇଁ ଫ୍ରିଜ ନିହାତି ଆବଶ୍ୟକ । ଅଧିକା ଖାଇବା ବଳକା ରହିଗଲେ ଆମେ ତାକୁ ଫ୍ରିଜରେ ରଖିଥାଉ । ହେଲେ ଏହାଦ୍ୱାରା ଶରୀର ଉପରେ ବଡ଼ ପ୍ରଭାବ ପଡିଥାଏ । ତେବେ ବୈଜ୍ଞାନିକ ମତ ଆପଣ ଯାହା ବି ରଖନ୍ତୁ କିନ୍ତୁ ଫ୍ରିଜରେ ଭୁଲରେ ଆଳୁ ରଖନ୍ତୁ ନାହିଁ । ଏହାଦ୍ୱାରା କ୍ୟାନସର ହୋଇପାରେ । ସିଝା ଆଳୁ କିମ୍ବା କଟା ଆଳୁ ଫ୍ରିଜରେ ରଖିଲେ ତାପମାତ୍ରା ଯୋଗୁ ଆଳୁରେ ଥିବା ଷ୍ଟାର୍ଚ୍ଚ ସୁଗରକୁ ବଢାଇଥାଏ । ଏହି ସୁଗର ପରେ ଏକ ବିପଦପୂର୍ଣ୍ଣ ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତିତ ହୋଇଥାଏ । ଯାହାଦ୍ୱାରା ଅନେକ ପ୍ରକାରର କ୍ୟାନସରର ସମ୍ଭାବନା ଥାଏ ।

ଫୁଡ ଷ୍ଟାଣ୍ଡାର୍ଡ ଏଜେନ୍ସୀ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଫ୍ରିଜରେ ରଖାଯାଇଥିବା ଆଳୁକୁ ଯେତେବେଳେ ରୋଷେଇ କରାଯାଏ ସେତେବେଳେ ଆଳୁରେ ଥିବା ସୁଗର କଣ୍ଟେନ ଆଳୁରେ ଥିବା ଆମିନୋ ଏସିଡ ଏସ୍ପୋରୋଗେନ ସହ ମିଶିଥାଏ, ଏହାଦ୍ୱାରା ଏକ୍ରୋଇଲାମାଇଡ ନାମକ ଏକ କେମିକାଲ ଉତ୍ପନ ହୋଇଥାଏ । ଏହି କେମିକାଲ ପେପର, ପ୍ଳାଷ୍ଟିକ, ପୋଷାକକୁ ଡ୍ରାଏ କ୍ଳିନ କରିବା ସମୟରେ ବ୍ୟବହାର କରାଯାଇଥାଏ । ୨୦୦୨ ମସିହାରେ ଏହି କେମିକାଲ ସମ୍ପର୍କରେ ବୈଜ୍ଞାନିକମାନେ ସୂଚନା ପାଇଥିଲେ । ତେଣୁ ଏହି କେମିକାଲର ସେବନ ଶରୀରରେ ଭିନ୍ନ ପ୍ରକାରର କ୍ୟାନସର ଜୀବାଣୁକୁ ଜନ୍ମ ଦେଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More