Only for Entertainment

ଜିମ ଆଉଟଫିଟ ଚୟନ କରିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ

sports fitness
0 57

ଭିନ୍ନ ଭିନ୍ନ ଅବସରରେ ଆମେ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାଉ । ଏହାକରିବା ଦ୍ୱାରା ନା କେବଳ ପିନ୍ଧିବା ପାଇଁ ଆରାମ ମିଳିଥାଏ ଏହାସହ ଆମର ଆତ୍ମବିଶ୍ୱାସ ମଧ୍ୟ ବଢିଥାଏ । ଯେପରି କୌଣସି ପାର୍ଟି କିମ୍ବା ଅଫିସକୁ ଯିବା ସମୟରେ ଆମେ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେଇଥାଉ ସେହିପରି ଜିମରେ ୱାର୍କଆଉଟ କରିବା ସମୟରେ ମଧ୍ୟ ଠିକ ପୋଷାକ ଚୟନ କରିବାର ଆବସ୍ୟକତା ରହିଛି । ଜିମରେ ୱାର୍କଆଉଟ କରିବା ସମୟରେ କେଉଁ ପରି ପୋଷାକ ପିନ୍ଧିବା ଆବସ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା –

ଫ୍ୟାବ୍ରିକର ଚୟନ ବୁଝି ବିଚାରି କରିବା ଆବସ୍ୟକ

ଏକ୍ସରସାଇଜ କରିବା ସମୟରେ ଅଧିକ ମାତ୍ରାରେ ଝାଳ ବୋହିଥାଏ । ତେଣୁ ୱାର୍କଆଉଟ କରିବା ସମୟରେ ଏପରି ପୋଷାକ ଚୟନ କରିବା ଆବସ୍ୟକ ଯାହାର ଫ୍ୟାବ୍ରିକ ଝାଳକୁ ଶୁଖେଇବାରେ ସାହାର୍ଯ୍ୟ କରିପାରିବ । ସୂତା ଓ ଲାଇକ୍ରା ଆଦି ଫ୍ୟାବ୍ରିକ ବିଭିନ୍ନ ସ୍ପୋର୍ଟ ପୋଷାକରେ ବ୍ୟବହାର କରାଯାଇଥାଏ । ତେଣୁ ନିଜ ପସନ୍ଦ ଅନୁସାରେ ଫ୍ୟାବ୍ରିକ ଚୟନ କରନ୍ତୁ ।

ସଠିକ ଜୋତାର ଚୟନ କରନ୍ତୁ

ୱାର୍କଆଉଟ କରିବା ସମୟରେ ପୋଷାକ ଚୟନ କରିବା ଯେତିକି ଜରୁରୀ ଜୋତା ଚୟନ କରିବା ମଧ୍ୟ ସେତିକି ଆବସ୍ୟକ । ଭଲ ସ୍ପୋର୍ଟ ୱେୟାର ଏବଂ ଆରାମ ଦାୟକ ଜୋତା ପିନ୍ଧି ଏକ୍ସରସାଇଜ କରନ୍ତୁ କାରଣ ଏକ୍ସରସାଇଜ କରିବା ସମୟରେ ଆପଣଙ୍କୁ ଆଘାତ ଲାଗିବାର ସମ୍ଭାବନା ଅଧିକ ଥାଏ ।

ଫିଟିଙ୍ଗ ବିଷୟରେ ଧ୍ୟାନ ଦିଅନ୍ତୁ

ଆପଣ ଯେଉଁ ପରି ୱାର୍କଆଉଟ କରିବାକୁ ଚାହୁଁଛନ୍ତି ସେହିପରି ପୋଷାକର ଫିଟିଙ୍ଗ ରହିବା ଆବସ୍ୟକ । ଯେପରି ହେଭି ଏକ୍ସରସାଇଜ କରିବା ସମୟରେ କିମ୍ବା କସରତ କରିବା ସମୟରେ ଢିଲା ଏବଂ ଆରାମ ଦାୟକ ପୋଷାକ ପିନ୍ଧିବା ଆବସ୍ୟକ । ସେହିପରି ଯୋଗ କରିବା ସମୟରେ ସ୍ଟ୍ରେଚେବଲ ଏବଂ ଫିଟ ପୋଷାକ ପିନ୍ଧିବା ଆବସ୍ୟକ ।

ପୋଷାକ ବ୍ୟତିତ ଅନ୍ୟ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ 

ଏକ୍ସରସାଇଜ କରିବା ସମୟରେ ବ୍ୟାଗରେ ପୋଷାକ ବ୍ୟତିତ ବୋତଲ, ଟାୱେଲ, ଗ୍ଲୁକୋଜ ଓ ଡିୟୋଡ୍ରେଂଟ ପରି ଜିନିଷ ସର୍ବଦା ସାଥିରେ ରଖନ୍ତୁ । ଯେ କୌଣସି ସମୟରେ ବି ଏହାର ଆବସ୍ୟକତା ପଡିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More