Only for Entertainment

ସାବଧାନ ଏହି ସମୟରେ କୁହାଯାଇଥିବା କଥା ହୋଇଯାଏ ସତ , ଜାଣନ୍ତୁ ।

blogs
0 80

କୁହାଯାଏ ସବୁବେଳେ ମିଠା କଥା କହିଲେ ଆପଣଙ୍କର ଆଦର ବଢ଼ିବ ଆଉ ସମ୍ମାନ ବି। ହେଲେ ବେଳେ ବେଳେ ଆମେ କଟୁ କଥାମାନ କହିପକାଉ। ବାସ୍ତବରେ କେବେ ହେଲେ କିଛି କଟୁ କଥା ବା ଅମଙ୍ଗଳ କଥା କହିବା ଉଚିତ ନୁହେଁ। କାରଣ କିଏ ଜାଣିଲା କେତେବେଳେ କେଉଁ କଥା ସତ ହେଇଯିବ? ଧାର୍ମକ ବିଶ୍ୱାସ ଅନୁୟାୟୀ ପୂରା ଦିନ ଭିତରେ ଏପରି ଏକ ସମୟ ଥାଏ ଯେତେବଳେ ମୁହଁରୁ ବାହାରିଥିବା କଥା ସତ ହୋଇଯାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ।

ଅନେକ ଥର ଅନୁଭବ କରିଥିବେ ଯେ ଆପଣ ମଜାରେ ବା ରାଗରେ କହିଥିବା କିଛି କଥା ବେଳେବେଳେ ସତ ହୋଇଯଏ। ବିଶ୍ୱାସ ରହିଛି ୨୪ ଘଣ୍ଟା ମଧ୍ୟରେ କିଛି ମୂହୁର୍ତ୍ତ ଏପରି ଆସେ ଯେଉଁ ମୂହୁର୍ତ୍ତରେ ମା ବାଗ୍‌ଦେବୀ ସରସ୍ୱତୀ ଆମ କଣ୍ଠରେ ବିରାଜମାନ ହୋଇଥାନ୍ତି। ତେଣୁ ଏହି ସମୟରେ ଜାଣତରେ କହିଥିବା କଥା ମଧ୍ୟ ସତ ହୋଇଯାଏ। ତେଣୁ କେବେ ହେଲେ କାହା ବିଷୟରେ କିଛି ଖରାପ ଚିନ୍ତା କରନ୍ତୁ ନାହିଁ କି ଖରାପ କୁହନ୍ତୁ ନାହିଁ।

ଶାସ୍ତ୍ର କୁହେ ଯେ ରାତି ୩.୧୦ ରୁ ୩.୧୫ ଭିତରେ ସମୟ ବହୁତ ଭଲ ଥାଏ। ଏହି ୫ ମିନିଟ ଭିତରେ କୁହାଯାଇଥିବା କଥା ନିଶ୍ଚିତ ଭାବେ ସତ ହୋଇଥାଏ। ମାସେ ଯାଏଁ ଆପଣ ଏହି ସମୟରେ ନିଜର ମନକାମନା କହି ପରଖନ୍ତୁ। ଦେଖିବେ ମା ସରସ୍ୱତୀ ନିଶ୍ଚିତ ଆପଣଙ୍କ ଇଚ୍ଛା ପୂରଣ କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More