Only for Entertainment

ରୋଷେଇ ପୂର୍ବରୁ ଧୁଅନ୍ତୁ ନାହିଁ ଏହିସବୁ ଜିନିଷ, ଜାଣନ୍ତୁ !

19

ପନିପରିବାକୁ ବେଶ ଭଲ ଭାବରେ ଧୋଇଥାଉ । କାରଣ ଏହାଦ୍ୱାରା ପନିପରିବାରେ ଲାଗିଥିବା ଧୂଳିମଳି ସଫା ହେବା ସହ ଏଥିରେ ଲାଗିଥିବା ବ୍ୟାକ୍ଟେରିଆ ମଧ୍ୟ ସଫା ହୋଇଥାନ୍ତି । ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ରୋଷେଇ କରିବା ପୂର୍ବରୁ ଧୋଇବାର ଆବଶ୍ୟକତା ରହିନଥାଏ ।

ଅଣ୍ଡା : ରୋଷେଇ ପୂର୍ବରୁ ଅଣ୍ଡାକୁ ଆଦୌ ଧୋଇବା ଉଚିତ୍ ନୁହେଁ । କାରଣ ଅଣ୍ଡାକୁ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହାର ଉପରି ଭାଗରେ ଏକ ଆସ୍ତରଣ ରହିଥାଏ । ତେବେ ରୋଷେଇ ପୂର୍ବରୁ ଅଣ୍ଡା ଧୋଇଦେଲେ ଏହା ନଷ୍ଟ ହୋଇଯାଇଥାଏ ।

ମାଂସ : ସାଧାରଣତଃ ମାଂସ ରୋଷେଇ ପୂର୍ବରୁ ଏହାକୁ ଅନେକ ଲୋକ ଧୋଇଦିଅନ୍ତି । ଏପରିକି କିଛି ଲୋକ ମାଂସରୁ ବ୍ୟାକ୍ଟେରିଆ ସଫା କରିବା ପାଇଁ ଏହାକୁ ସିଝାଇ ଦିଅନ୍ତି । ତେବେ ଜାଣି ରଖିବା ଉଚିତ ରୋଷେଇ କରିବା ପୂର୍ବରୁ ଏହାକୁ ଆଦୌ ଧୁଅନ୍ତୁ ନାହିଁ । କାରଣ ଏହାକୁ ଧୋଇବା ଫଳରେ ମାଂସରୁ ପ୍ରୋଟିନ ଅଂଶ ବାହାରି ଯାଇଥାଏ ।

ଛତୁ : ମସରୁମ ଅଧିକାଂଶ ଲୋକଙ୍କର ଏକ ପ୍ରିୟ ଖାଦ୍ୟ । ମସରୁମ ପାଣିକୁ ଖୁବଶୀଘ୍ର ଶୋଷଣ କରିଥାଏ । ତେବେ ରୋଷେଇ ପୂର୍ବରୁ ମସରୁମକୁ ଧୋଇବା ଅଭ୍ୟାସ ଛାଡି ଦିଅନ୍ତୁ । କାରଣ ଏହାକୁ ଧୋଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଭିଟାମିନ ନଷ୍ଟ ହୋଇଯାଇଥାଏ ।

ପାସ୍ତା : ସକାଳେ ହେଉ ଅବା ସନ୍ଧ୍ୟା ଅଧିକାଂଶ ଲୋକ ଏହି ସମୟରେ ପାସ୍ତା ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ପାସ୍ତାକୁ ରୋଷେଇ କରିବା ପୂର୍ବରୁ ମଧ୍ୟ ଏହାକୁ ଧୋଇବା ଅନୁଚିତ । କାରଣ ଏହାକୁ ଧୋଇଲେ ଏଥିରେ ଥିବା ସ୍ଟ୍ରାର୍ଚ ନଷ୍ଟ ହୋଇଯାଇଥାଏ । ପାସ୍ତାରେ ଥିବା ସ୍ଟ୍ରାଚ ପାସ୍ତାର ଏକ ମୁଖ୍ୟ ପୋଷକ ତତ୍ତ୍ୱ ଓ କେବଳ ସ୍ଟ୍ରାଚ ପାଇଁ ପାସ୍ତା ଅଧିକ ସୁଆଦିଆ ଲାଗିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More