Only for Entertainment

ପୁଣିଥରେ ନଜର ଆସିବ ସଲମାନ କ୍ୟାଟ୍ରିନାଙ୍କ ଲଭ କେମେଷ୍ଟ୍ରି । ଟାଇଗର ଜିନ୍ଦା ହୈ ସିକ୍ୱେଲରୁ ପରଦା ଉଠାଇଲେ ସୁଲତାନ ।

amarujala
0 35

ଟାଇଗର ଜିନ୍ଦା ହୈ ପରେ ତାହାର ସିକ୍ୱେଲକୁ ଦର୍ଶକ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଦୁଇଟି ଫିଲ୍ମରେ ସଲମାନ ଓ କ୍ୟାଟଙ୍କ ଯୋଡ଼ି ଧମାଲ ମଚାଇ ଦେଇଥିଲା । ୟଶରାଜଙ୍କ ଏହି ଫିଳ୍ମ ବକ୍ସ ଅଫିସରେ ଖୁବ ନାମ କମାଇଥିଲା ।

ଏହା ସହିତ ଜଡ଼ିତ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ସଲମାନଙ୍କ ଫ୍ୟାନ୍ସ ଖୁସି ହୋଇଯିବେ । ଟାଇଗର ଜିନ୍ଦା ହୈ ପରେ ଏବେ ଖୁବଶୀଘ୍ର ତାହାର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି । ଏହାର ହିରୋ ହେବେ ଦବଙ୍ଗ ଖାନ ।
ରେସ ଥ୍ରିର ପ୍ରମୋଶନ ସମୟରେ ସଲମାନ ଏହି କଥା କହିଥିବା ନଜର ଆସିଛି । ମଜାଳିଆ ଅନ୍ଦାଜରେ ସେ ଫିଲ୍ମର ନାମ ମଧ୍ୟ କହି ସାରିଛନ୍ତି । ସେ କହିଲେଯେ ଫିଲ୍ମର ନାମ ହେବ ‘ଜୋୟା ଜିନ୍ଦା ହୈ’ । ହୁଏତ ଆପଣ ଏହି କଥାକୁ ହସରେ ଉଡ଼ାଇ ଦେଇ ପାରନ୍ତି ନଚେତ ଏହା ସଲମାନଙ୍କ ଇସାରା ବୋଲି ବୁଝିପାରନ୍ତି । ତେବେ ଅଫିସିଆଲ ଏନାଉଂସମେଂଟ ପରେ ଏହା ଜଣାଯିବ । ତେବେ ସଲମାନଙ୍କ ରେସ ଥ୍ରି ୧୫ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More