Only for Entertainment

ଭଗବାନଙ୍କ ପୂଜାକୁ ନେଇ ଅଭିନେତାଙ୍କ ଟ୍ୱିଟ,ମିଳିଲା ପରିବାରକୁ ମାରିଦେବାର ଧମକ ।

youtube
0 59

ବଲିଉଡ ଅଭିନେତା ଉଦୟ ଚୋପ୍ରା ବଲିଉଡରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ବିଭିନ୍ନ ସମୟରେ ସେ ସାମାଜିକ କଥାକୁ ନେଇ ଆଲୋଚନା ମଧ୍ୟ କରନ୍ତି । କିନ୍ତୁ ନିକଟରେ ହୋଇଥିବା ତାଙ୍କର ଏକ ପୋଷ୍ଟ ଖୁବ ଚର୍ଚ୍ଚାର ବିଷୟ ସାଜିଛି । ବାସ୍ତବରେ ସେ ଏଭଳି କିଛି ପୋଷ୍ଟ କରିଛନ୍ତି ଯାହା ଦ୍ୱାରା ଏକ ଟ୍ରୋଲରଙ୍କୁ ଆଘାତ ପହଂଚିଛି । ଯେଉଁଥିପାଇଁ ସେ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି ।

ବାସ୍ତବରେ ଉଦୟ ଲେଖିଛନ୍ତିଯେ ହଜାର ଥର ପ୍ରାର୍ଥନା କରିବା ଅପେକ୍ଷା ଦୁଇ ହାତରେ କାମ କରିବା ଖୁବ ଭଲ । ଯଦିଓ ଏହି ପୋଷ୍ଟ ଏକ ଗମ୍ଭୀର ଭାବନାକୁ ଦର୍ଶାଉଛି,ତଥାପି ଅନ୍ୟ କାହାକୁ ମଧ୍ୟ ଆଘାତ ଲାଗିଛି । ତେଣୁ ଜଣେ ୟୁଜର ତାଙ୍କ ପରିବାରକୁ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି ।

ବିଭିନ୍ନ ସମୟରେ ଏଭଳି ପୋଷ୍ଟକୁ ନେଇ ୟୁଜର ବିଭିନ୍ନ କମେଂଟ ଦେଇଥାନ୍ତି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More