Only for Entertainment

ରିଲିଜ ହେଲା ଓଡିଆ ସିନେମା ‘ଲଭ୍ ଏକ୍ସପ୍ରେସ୍’ର ନୂଆ ଡ୍ୟାନ୍ସ ନମ୍ବର ‘ହାଏ ରାମ’

you tube
39

ଆଗାମୀ ଓଲିଉଡ୍ ଆକ୍ସନ – ରୋମାଂଟିକ୍ ଫିଲ୍ମ ‘ଲଭ୍ ଏକ୍ସପ୍ରେସ୍’ର ନୂଆ ଡ୍ୟାନ୍ସ ନମ୍ବର ‘ହାଏ ରାମ’ ମୁକ୍ତିଲାଭ କରିଛି । ଗୀତର ଷ୍ଟୁଡିଓ ଭର୍ସନ ସହ ସ୍ୱରାଜ ଅନ ଲୋକେସନ୍ ଡ୍ୟାନ୍ସ ଦେଖିବାକୁ ମିଳିଛି ଏହି ଭିଡିଓରେ । ଗୀତଟି ଫିଲ୍ମରେ ସ୍ୱରାଜଙ୍କ ଇଂଟ୍ରୋଡକ୍ସନ୍ ଗୀତ ହେବାକୁ ଯାଉଛି । ଆଉ ଏଥିପାଇଁ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିବାରେ ନଜର ଆସିବେ ଓଲିଉଡ ଏହି କ୍ୟୁଟ୍ ଆକ୍ଟର୍ । ଦମଦାର୍ ସଙ୍ଗୀତକୁ ସ୍ୱରାଜଙ୍କ ଡ୍ୟାନ୍ସ ଗୀତକୁ ହିଟ୍ କରିବ ବୋଲି ଆଶା କରାଯାଉଛି । ଏହି ଡ୍ୟାନ୍ସ ଗୀତର ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାସ । ଆଉ ଗୀତଟିକୁ ଗାଇଛନ୍ତି ଆର୍.ଏସ୍. କୁମାର୍ । ଡକ୍ଟର୍ ନିର୍ମଳ ନାୟକଙ୍କ ନିଆରା ଲିରିକ୍ସ ଏହି ଗୀତକୁ କରିଛି ଆହୁରି ମଜାଦାର୍ ।

ଓଲିଉଡ୍ର ଏହି ଅପକମିଂ ସିନେମା ‘ଲଭ୍ ଏକ୍ସପ୍ରେସ୍’ ସ୍ୱରାଜଙ୍କ ଅଭିନୀତ ୪ର୍ଥ ଫିଲ୍ମ । ଆଉ ଏହି ସିନେମାରେ ସେ ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀ ସନମୀରାଙ୍କ ସହ ରୋମାନ୍ସ କରିବାରେ ଆସିବେ ନଜର । ସାର୍ଥକ ମ୍ୟୁଜିକ୍ ଓ ସିଦ୍ଧାର୍ଥ ଟିଭି ଦ୍ୱାରା ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ଲଭ୍ ଏକ୍ସପ୍ରେସର ପ୍ରଯୋଜନା କରୁଛନ୍ତି ସୀତାରାମ ଅଗ୍ରୱାଲ୍ ଏବଂ କାର୍ଯ୍ୟକାରୀ ପ୍ରଯୋଜନା ଭାର ତୁଲାଉଛନ୍ତି ସଚିକାନ୍ତ ଜେନା । ଜାନୁୟାରୀ ୧, ୨୦୧୯ରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଲଭ୍ ଏକ୍ସପ୍ରେସ୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More