Only for Entertainment

୨୦୧୮ରେ ଏହି ସବୁ ନୂଆ ଯୋଡିଙ୍କୁ ଦେଖିବାକୁ ପାଇବେ ଦର୍ଶକ

OTV
0 66

ବଲିଉଡ ମାନେ ସବୁବେଳେ କିଛି ନା କିଛି ନୂଆ ହୋଇଥାଏ । ସେହି ଧାରାରେ ୨୦୧୮ରେ ଦର୍ଶକଙ୍କୁ କେତେଟି ନୂଆ ଯୋଡି ଉପହାର ଦେବାକୁ ଯାଉଛି ବଲିଉଡ । ଏହି ଯୋଡିଙ୍କ ମଧ୍ୟରେ କିଛି ନୂଆ ଚେହେରା ଅଛନ୍ତି । ସମସ୍ତେ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି । ତେଣୁ ଏଥର କିଛି ଭିନ୍ନ ଦେଖିବାକୁ ପାଇବେ ଦର୍ଶକ ।

varun and anushka

ଅକ୍ଷୟ-ରାଧିକା:
ବର୍ଷ ଆରମ୍ଭରୁ ଦୃଷ୍ଟି ଆକର୍ଷଣ କରିବେ ଅକ୍ଷୟ କୁମାର ଏବଂ ରାଧିକା ଆପ୍ଟେଙ୍କ ଯୋଡି । ପ୍ରଥମ ଥର ଫିଲ୍ମ ‘ପ୍ୟାଡମ୍ୟାନ’ରେ ସ୍ୱାମୀ-ସ୍ତ୍ରୀ ଚରିତ୍ରରେ ଦେଖିବାକୁ ମିଳିବେ ଏହି ଦୁଇ କଳାକାର । ଆଗକୁ ଦିହିଁଙ୍କର ଆଉ ଅକ ଫିଲ୍ମ ଆସୁଛି ବୋଲି ଚର୍ଚ୍ଚା ହେଉଛି ।

ବରୁଣ-ଅନୁଷ୍କା:
ଅନୁଷ୍କା ଶର୍ମାଙ୍କ ଏ ବର୍ଷର ବିଗ୍ ବଜେଟ ଫିଲ୍ମ ମଧ୍ୟରେ ‘ସୁଇ ଧାଗା ମେଡ ଇନ ଇଣ୍ଡିଆ’ ଅନ୍ୟତମ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସେ ବରୁଣ ଧାୱନଙ୍କ ସହ ଯୋଡି ବାନ୍ଧିବେ । ଫିଲ୍ମଟି ସେପ୍ଟମ୍ବର ଶେଷକୁ ରିଲିଜ ହେବ ।

sushant-singh-rajput-sara-ali-khan

ସୁଶାନ୍ତ-ସାରା:
ପ୍ରଥମ ଥର ପାଇଁ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି ଛୋଟେ ନବାବ ସୈଫଙ୍କ ଝିଅ ସାରା । ଫିଲ୍ମ ‘କେଦାରନାଥ’ ମାଧ୍ୟମରେ ରୂପେଲି ପରଦାରେ ନଜର ଆସିବେ ସୈଫ ଓ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ । ସାରାଙ୍କ ବିପରୀତରେ ଅଛନ୍ତି ସୁଶାନ୍ତ ସିଂ ରାଜପୁତ । ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଏବି ଫିଲ୍ମ ବର୍ଷ ଶେଷ ବେଳକୁ ରିଲିଜ ହେବ । ଏହି ଯୋଡିଙ୍କଠୁ ଦର୍ଶକେ ଢେର ଆଶା ରଖିଛନ୍ତି ।

କରିନା-ସୁମିତ:
ମା’ ହେବା ପରେ ‘ଭିର ଦି ୱେଡିଂ’ ଫିଲ୍ମ ମାଧ୍ୟମରେ ପୁଣିଥରେ କମବ୍ୟାକ କରିଛନ୍ତି କରିନା କପୁର । ଏହି ଫିଲ୍ମରେ ତାଙ୍କ ସହିତ ଦେଖିବାକୁ ମିଳିବେ ସୁମିତ ବ୍ୟାସ । ସୁମିତଙ୍କ ଅଭିନୟ ଜୀବନର ଏହା ସବୁଠୁ ବଡ ବ୍ରେକ । ୱେବ ସିରିଜ ‘ପରମାନେଣ୍ଟ ରୁମମେଟ’ ଫେମ ସୁମିତ ରିଲ ଲାଇଫରେ ରୋମାନ୍ସ କରିବେ କରିନାଙ୍କ ସହିତ । ଫିଲ୍ମର ପୋଷ୍ଟର ରିଲିଜ ପରେ ଏହି ନୂଆ ଯୋଡି ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ।

ଭିକି-ଆଲିଆ:
ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଜି’ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଭକି କୌଶଲ ଓ ଆଲିଆ ଭଟ୍ଟଙ୍କୁ ଏକାଠି ଅଭିନୟ କରିବାର ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More