Only for Entertainment

ସଲମାନ ଆରମ୍ଭ କଲେ ଫିଲ୍ମ ଭାରତର ସୁଟିଂ,ସାମ୍ନାକୁ ଆସିଲା ପ୍ରଥମ ଫଟୋ ।

youtube
0 93

ବଲିଉଡ ଅଭିନେତା ସଲମାନ ଖାନ ଫିଲ୍ମ ଭାରତର ସୁଟିଂ ଆରମ୍ଭ କରି ସାରିଛନ୍ତି । ଯାହାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଜେଲରୁ ଆସିବା ପରେ ସଲମାନ ତାଙ୍କର ବାକି ରହି ଯାଇଥିବା ଫିଲ୍ମ ରେସ ଥ୍ରିର ସୁଟିଂ ମଧ୍ୟ ଶେଷ କରିଛନ୍ତି । ଏହି ଫିଲ୍ମକୁ ଦର୍ଶକ ମଧ୍ୟ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ସେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରି ସାରିଛନ୍ତି ।

ସବୁଠାରୁ ଖୁସିର ବିଷୟ ହେଉଛି ଏହି ଫିଲ୍ମର ନିର୍ଦ୍ଦେଶନା ଅଲ୍ଲି ଅବାସ ଜଫର ଦେଉଛନ୍ତି । ଯାହାର ସୂଚନା ସେ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ଦେଇଛନ୍ତି । ଏହା ସହିତ ଫିଲ୍ମକୁ ନେଇ ସେ ଏକ କ୍ୟାପ୍ସନ ମଧ୍ୟ ଦେଇଛନ୍ତି । ଏହା ବ୍ୟତୀତ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

 


ଖବର ଅନୁସାରେ ସଲମାନଙ୍କ ଏହି ଫିଲ୍ମର କାହାଣୀ ଦକ୍ଷିଣ କୋରିଆ ଫିଲ୍ମ ‘ଓଡ଼ ଟୁ ମାଇ ଫାଦର’ ଉପରେ ଆଧାରିତ । ତେବେ ସଲମାନଙ୍କ ରେସ ଥ୍ରି ଏ ବର୍ଷ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More