Only for Entertainment

ଘରର ବାଥରୁମ ଛାତ ଉପରେ ଦୁଇ ବର୍ଷ ପର୍ଯ୍ୟନ୍ତ ପଡ଼ି ରହିଲା ଶବ ।

punjab kesari
0 43

ପୂର୍ବ ଚୀନର ଝଂଜିୟାଙ୍ଗ ପ୍ରାନ୍ତରେ ଏକ ଘରର ବାଥରୁମ ଛାତ ଉପରେ ଏକ ଶବ ମିଳିଥିବା ଘଟଣା ସାମ୍ନାକୁ ଆସିଛି । ଏକ ଘରେ ଏକ ପରିବାର ଦୁଇ ବର୍ଷ ହେବ ରହି ଆସୁଥିଲେ । କିନ୍ତୁ ବାଥରୁମ ସିଲିଂ ଉପରେ ଶବ ପଡ଼ିଥିବା କଥା ସେମାନେ କେବେ ମଧ୍ୟ ଜାଣିବାକୁ ପାଇନଥିଲେ ।
ଚୀନର ନବ ବର୍ଷକୁ ନେଇ ସେହି ଘର ଲୋକ ଘରର ସଫାସୁତୁରା କରୁଥିଲେ । ଏହି ସମୟରେ ଘରର ଏକ ସଦସ୍ୟକୁ ଏହି ଶବ ନଜର ଆସିଲା ।

ବାସ୍ତବରେ ସେହି ଶବକୁ କାଠ ଦ୍ୱାରା ଘୋଡ଼ା ଯାଇଥିଲା । ଯେତେବେଳେ ବ୍ୟକ୍ତି ଜଣକ ସଫା କରିବା ପାଇଁ ଉପରକୁ ଚଢିଲା ତାକୁ ସେଠାରେ ପ୍ରଥମେ ସିଗାରେଟ ନଜର ଆସିଲା । ଏହାକୁ ବହାର କରିବା ପାଇଁ ବ୍ୟକ୍ତିଟି ଯେତେବେଳେ ନିଜ ମୁଣ୍ଡକୁ ଭିତରକୁ ନେଲା ତ ତା ହୋଶ ଉଡିଗଲା । କାହିଁକିନା ତାକୁ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥିବା ଶବ ମିଳିଲା ।

ତଦାରଖରୁ ଜଣାଗଲାଯେ ସେହି ଶବ ସେହି ଶବ ହେଉଛି ପଡ଼ିଶା ଘରର ଏକ ୩୦ ବର୍ଷ ବ୍ୟକ୍ତିର । ଯିଏ ଡ୍ରଗ୍ସ ସହିତ ଜଡ଼ିତ ଥିଲା । କିନ୍ତୁ ଏ ପର୍ଯ୍ୟନ୍ତୁ ତା ମୃତ୍ୟୁର କାରଣ ଜଣାନାହିଁ । କିନ୍ତୁ ଦୁଇ ବର୍ଷ ପୂର୍ବରୁ ପୋଲିସ ତା’ର ମୃତ୍ୟୁ ହୋଇଥିବା ଆଶଙ୍କା କରୁଥିଲା ।
ଇ୍ୟକ୍ତି ଜଣକ ତା ବାପା ମା ସହିତ ରହୁଥିଲା । ସେ ଡିମେଶିୟା ରୋଗରେ ପିଡ଼ିତ ଥିଲା ଏବଂ ଗତ ବର୍ଷ ତା ବାପାଙ୍କ ମୃତ୍ୟୁ ଘଟିଛି । କିନ୍ତୁ ସେହି ଘରେ ରହୁଥିବା ଲୋକମାନଙ୍କୁ କେବେ ମଧ୍ୟ ସିଲିଙ୍ଗରୁ ଦୁର୍ଗନ୍ଧ ଆସିନାହିଁ । ପରିବାରଙ୍କ କହିବା ଅନୁସାରେ ସେମାନଙ୍କର ଅଧିକତର ସମୟ ପରିବା କ୍ଷେତରେ କଟୁଥିଲା । ବେଳେ ବେଳେ ସେ ତୃତୀୟ ମହଲାର ବାଥରୁମ ବ୍ୟବହାର କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More