Only for Entertainment

ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେବାକୁ ଯାଉଛି ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀ ‘ଚାଲ୍ ଟିକେ ପ୍ରେମ କରିବା’ !

60

ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେବାକୁ ଯାଉଛି ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀ ‘ଚାଲ୍ ଟିକେ ପ୍ରେମ କରିବା’ । ଫିଲ୍ମରେ ଲିଡ୍ ଭୂମିକାରେ ଦେବରାଜ୍, ଚିନ୍ମୟୀ ଓ ଲିପ୍ସା ମିଶ୍ରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ଏହି ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି ।

ଟ୍ରାଙ୍ଗଲୁରା ଲଭ୍ ଷ୍ଟୋରୀ, ଫନ୍, କମେଡି ଓ ରୋମାନ୍ସକୁ ନେଇ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚାଲ୍ ଟିକେ ପ୍ରେମ କରିବା । ଦେବକୀ ପ୍ରଡକ୍ସନର ଦ୍ୱିତୀୟ ଅବଦାନ ଏହି ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ ଦେବରାଜ୍, ଚିନ୍ମୟୀ ଓ ଲିପ୍ସା ମିଶ୍ର । ତେବେ ଦେବରାଜ୍ ଓ ଚିନ୍ମୟୀଙ୍କୁ ଏହା ପୂର୍ବରୁ ଦେବକୀ ପ୍ରଡକ୍ସନର ପ୍ରଥମ ଫିଲ୍ମ ‘ତୋ ପ୍ରେମରେ ପଡିଲା ପରେ’ରେ ଦେଖିବାକୁ ମିଳିଥିଲା ।

ଏହି ଆଗାମୀ ଓଡିଆ ଚଳଚ୍ଚିତ୍ରର ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସରୋଜ୍ କାନ୍ତ । ଫିଲ୍ମର ପ୍ରଯୋଜନା କରିଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ । ଏହି ସିନେମାରେ ସଙ୍ଗୀତ ବିଭୂତି ଗଡନାୟକ ଦେଇଥିବାବେଳେ କାହାଣୀ ଲେଖିଛନ୍ତି ଦେବକୀ ସାହୁ ।

ଚଳଚ୍ଚିତ୍ର ଚାଲ୍ ଟିକେ ପ୍ରେମ କରିବାର ଶୁଭ ମହୁରତ ଶେଷ ହୋଇ ଆରମ୍ଭ ହୋଇ ଯାଇଛି ସିନେମାର ସୁଟିଂ । ହେଲେ ଫିଲ୍ମର ରିଲିଜ୍ ଡେଟ୍ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More