Only for Entertainment

ସୁଧାଂଶୁ ସାହୁଙ୍କ ନୂଆ ଓଡିଆ ଫିଲ୍ମ ‘ପ୍ରେମ ଏଟିଏମ’ ଶୁଟିଂ ଆରମ୍ଭ ହୋଇଯାଇଛି, ପବିତ୍ର ଗଣେଶ ପୂଜାରେ ରିଲିଜ ହେବ ଏହି ଫିଲ୍ମ !

53

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆକ୍ସନ ଡାଇରେକ୍ଟର ଭାବେ ପରିଚିତ ସୁଧାଂଶୁ ସାହୁଙ୍କ ନୂଆ ଓଡିଆ ଫିଲ୍ମ ‘ପ୍ରେମ ଏଟିଏମ’ ଶୁଟିଂ ଆରମ୍ଭ ହୋଇଯାଇଛି । ପବିତ୍ର ସ୍ନାନ ଯାତ୍ରାରେ ଏହା ଆରମ୍ଭ ହୋଇଛି । ଏହି ଅବସରରେ ଫିଲ୍ମ ଫାଷ୍ଟ ସିଡ୍ୟୁଲ ଶୁଟିଂ ଚାଲିଥିଲା ନରାଜ ଅଂଚଳରେ । ପ୍ରେମ ଏବଂ ରୋମାନ୍ସକୁ ନେଇ ଫିଲ୍ମର କାହାଣୀ ହୋଇଛି ଗତିଶୀଳ । କାହାଣୀ ଅନୁସାରେ ନାୟକ ନାୟିକା ଆଗରେ ନିଜକୁ ଖୁବ ଷ୍ଟାଇଲିସ ଆଉ ଧନୀ ଘରର ପୁଅ ବୋଲି ସବୁବେଳେ ଦେଖେଇ ହୁଏ ।

ଏମିତି ଦିନେ ପ୍ରେମିକାକୁ ଦେଖାଇପାଇଁ ସେ ସାଙ୍ଗର ଗାଡି ମାଗି ଆଣିଥିଲା । ମାତ୍ର ଗାଡି ବିଷୟରେ ତା’ର ବେଶୀ କିଛି ଧାରଣା ନଥିଲା । ତେଣୁ ବାରମ୍ବାର ଗାଡି ଷ୍ଟାର୍ଟ ବନ୍ଦ ହେବାକୁ ନାୟିକା ଅପଦସ୍ତ ହୁଏ । ଏହିଭଳି କିଛି ରହିଛି ଷ୍ଟୋରୀ । ଫିଲ୍ମରେ ନାୟକ ଭୂମିକାରେ ପ୍ରଦୀପ ଥିବା ବେଳେ ନାୟିକା ଭୂମିକାରେ ଦିବ୍ୟାଦିଶା ଅଭିନୟ କରୁଛନ୍ତି । ବାବା ବାଣେଶ୍ୱର ଫିଲ୍ମସର ଏହି ଫିଲ୍ମକୁ ନବନୀତ ମିଶ୍ର ପ୍ରଡ୍ୟୁସ କରୁଥିବା ବେଳେ ଫିଲ୍ମଟି ପବିତ୍ର ଗଣେଶ ପୂଜାରେ ରିଲିଜ ହେବ ବୋଲି ପ୍ରଡକ୍ସନ ହାଉସ ସୂତ୍ରରୁ ପ୍ରକାଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More