Only for Entertainment

ସମ୍ରାଟ ମ୍ୟୁଜିକ ବ୍ୟାନରରେ ରିଲିଜ ହେଲା ‘ଏତେ ସ୍ୱାର୍ଥପର କେମିତି ହେଲୁ’, ଶୁଣିବାକୁ ମିଳିଲା ହ୍ୟୁମାନ ସାଗରଙ୍କ ଜବରଦସ୍ତ ଗାୟକୀ !

45

ସମ୍ରାଟ ମ୍ୟୁଜିକ ବ୍ୟାନରରେ ପ୍ରସ୍ତୁତ ହେଉଥିବା ହ୍ୟୁମାନ ସାଗରଙ୍କ କଣ୍ଠରେ ଗୀତ ନିକଟରେ ୟୁଟ୍ୟୁବରେ ରିଲିଜ ହୋଇଛି । ଧିରେ ଧୀରେ ମନ ଛୁଉଁଛି ଏହି ସ୍ୟାଡ ଟ୍ରାକ ‘ଏତେ ସ୍ୱାର୍ଥପର କେମିତି ହେଲୁ ’ ।

ୟୁଟ୍ୟୁବରେ ରିଲିଜ ହୋଇଛି ନୂଆ ସ୍ୟାଡ ଆଲବମ ସଙ୍ଗ ‘ଏତେ ସ୍ୱାର୍ଥପର କେମିତି ହେଲୁ’। ଗୀତରେ ରହିଛି ଜଣାଶୁଣା ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗାୟକୀ ରହିଛି । ନିକଟରେ ଏହାର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି ।

ସମ୍ରାଟ ମ୍ୟୁଜିକ ଓଡିଶା ବ୍ୟାନରରେ ପ୍ରସ୍ତୁତ ହୋଇଛି ଏହି ଗୀତ । ସୁନୀଲ ମହାରଣାଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ମାନସ କୁମାର । ରେକଡିଂ ଓ ମିକ୍ସି ଦାୟିତ୍ୱରେ ଅଛନ୍ତି ଶକ୍ତିଶ୍ୱର ମହାପାତ୍ର । ଷ୍ଟୁଡିଓ ଭର୍ସନର ସଫଳତା ପରେ ଖୁବ ଶୀଘ୍ର ପ୍ରଡକ୍ସନ ହାଉସ ଏହାର ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More