Only for Entertainment

ପୁଣିଥରେ ପରଦାରେ ଦେଖିବାକୁ ମିଳିବ ରୋମାଂଟିକ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଲଭ୍, ରୋମାନ୍ସ , ମୁକ୍ତିଲାଭ କଲା ଫିଲ୍ମର ପ୍ରଥମ ରୋମାଂଟିକ୍ ଟ୍ରାକ୍

31

ପୁଣିଥରେ ପରଦାରେ ଦେଖିବାକୁ ମିଳିବ ରୋମାଂଟିକ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଲଭ୍, ରୋମାନ୍ସ । ବେଶ କିଛି ଦିନର ବ୍ୟବଧାନ ପରେ ଏହିଯୋଡି ପରଦାକୁ ଫେରିବାକୁ ଯାଉଛି ଏକ ରୋମାଂଟିକ୍ କାହାଣୀ ସହ । ଯାହାର ଟାଇଟେଲ୍ ରହିଛି ‘ଅଭିମାନ’ । ଏହି ସିନେମାର ପ୍ରଥମ ଗୀତ ମୁକ୍ତିଲାଭ କରିଛି ।

ସିଦ୍ଧାର୍ଥ ଟିଭିର ୨୬ ତମ ଚଳଚ୍ଚିତ୍ରରେ ନାୟିକ – ନାୟିକା ଭାବେ ନଜର ଆସିବେ ସବ୍ୟସାଚୀ ଓ ଅର୍ଚ୍ଚିତା । ଫିଲ୍ମର ପ୍ରଥମ ରୋମାଂଟିକ୍ ଟ୍ରାକ୍ ‘ତୋ ପ୍ରେମ ମତେ କଲା ବଦମାସ୍’ ମୁକ୍ତିଲାଭ କରିଛି । ଆକର୍ଷଣୀୟ ଲୋକେସନ୍ ସହ ସବ୍ୟସାଚୀ ଓ ଅର୍ଚିତାଙ୍କ କେମେଷ୍ଟ୍ରୀ ଏହି ଗୀତକୁ କରିଛି ଆହୁରି ଖାସ୍ । ଏହି ଯୋଡି ପରଦା ଉପରେ ବେସ୍ ସହଜ ଭାବେ ଲଭ୍ ଓ ରୋମାନ୍ସଙ୍କୁ ଦେଖାଇଛନ୍ତି । ମୁକ୍ତିଲାଭ କରିଥିବା ଏହି ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର୍ ଓ ନିବେଦିତାଙ୍କ ଆକର୍ଷଣୀୟ ଗାୟିକୀ ।

 

View this post on Instagram

 

Abhiman first song out now … How’s is it ?? Releasing this Ratha jatra… #abhiman #ଅଭିମାନ #odiamovie

A post shared by ODIA FILM CRITICS (@odiafilmcritics) on

ଏହି ଗୀତରେ ସଙ୍ଗୀତର ଭାର ଦୁଲାଇଛନ୍ତି ବିକାଶ ଦାସ । ଗୀତିକାର ଅରୁଣ ମନ୍ତ୍ରୀ ଏହି ଗୀତର ଲିରିକ୍ସର ଭାର ତୁଲାଇଛନ୍ତି । ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ସିନେମାର ନିର୍ଦ୍ଦେଶନା ଭାର ତୁଲାଇବେ ମୃତ୍ୟୁଂଜୟ ସାହୁ । ରଥଯାତ୍ରା ଅବସରରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଅଭିମାନ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More