Only for Entertainment

ଭାରତ ଫିଲ୍ମ ସେଟରୁ ଖତରନାକ ଷ୍ଟଣ୍ଟ ଫଟୋ ଆସିଲା ସାମ୍ନା କୁ !

bollywoodlife
24

ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଭାରତର ସୁଟିଂ ଜୋରସୋରରେ ଚାଲିଛି । ଏହି ଫିଲ୍ମ ସୁଟିଂ ର ୩ଟି ସିଡ୍ୟୁଲ ପୂରା ହୋଇସାରିଲାଣି, ଏବେ ଏହାର ୪ର୍ଥ ସିଡ୍ୟୁଲ ଆରମ୍ଭ ହୋଇଛି । ସଲମାନ ଙ୍କ ଫିଲ୍ମ ସୁଟିଂ ଜୁଲାଇରେ ଆରମ୍ଭ ହେବା ଦିନରୁ ଚର୍ଚ୍ଚା ରେ ରହିଛି । ଏହି ଫିଲ୍ମ ସହ ଜଡିତ କୌଣସି ଖବର ସାମ୍ନାକୁ ଆସିଲେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏବେ ସେହିଭଳି କିଛି ଫିଲ୍ମ ସମ୍ବନ୍ଧିତ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ହୋଇଯିବ ।

ସଲମାନ ଖାନଙ୍କ ଫିଲ୍ମ ସେଟରୁ ଆସିଥିବା ଫଟୋକୁ ଆଉ କେହି ନୁହଁ ବରଂ ନିଜେ ନିର୍ଦେଶକ ଅଲି ଅବାସ ଜାଫର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଫିଲ୍ମର ଏକ ଖତରନାକ ଷ୍ଟଣ୍ଟର ଅଟେ । ଯେଉଁଥିରେ ସଲମାନ ବାଇକ ଷ୍ଟଣ୍ଟମ୍ୟାନ ସହ ମୃତ୍ୟୁର କୂଅ ରେ ଚକ୍କର ଲଗାଉଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ସଲମାନ ୨୦ବର୍ଷରୁ ୬୦ବର୍ଷ ବୟସ ଯାଏଁ ପର୍ଯ୍ୟନ୍ତ ଚରିତ୍ର ତୁଲାଇବେ । ଭାରତ ଫିଲ୍ମ କୋରିଆନ ଫିଲ୍ମର ହିନ୍ଦୀ ରିମେକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More