Only for Entertainment

ଫିଲ୍ମର ସୁଟିଂ ପାଇଁ ଉତ୍ତରାଖଣ୍ଡ ସରକାର କରୁଛନ୍ତି ଏହି କାମ ।

weissenstadt.de
0 43

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତିଯେ ପ୍ରତ୍ୟେକ ମୌସୁମୀରେ ଚାଲୁ ରହୁଥିବା ସଡ଼କର ପ୍ରରିଯୋଜନା ସମାପ୍ତ ହେବା ପରେ ଫିଲ୍ମ ନିର୍ମାତାଙ୍କୁ ରାଜ୍ୟର ସୁୂନ୍ଦର ସ୍ଥାନରେ ସୁଟିଂ କରିବା ପାଇଁ ଅଧିକ ସୁଯୋଗ ଦିଆଯିବ ।

ବଲିଉଡ ଅଭିନେତା ଶାହିଦ କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ବତୀ ଗୁଲ ମିଟର ଚାଲୁ’ର ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହିତ କଥା ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଏହି ଟିପ୍ପଣୀ ଦେଇଛନ୍ତି । ଏହି ଫିଳ୍ମର ସୁଟିଂ ଉତ୍ତରାଖଣ୍ଡର ଟେହରୀ ଠାରେ ହୋଇଛି । ତେବେ ସୁଟିଂ ସମୟରେ ସହଯୋଗ କରିଥିବାରୁ ନିର୍ଦ୍ଦେଶକ ଓ ନିର୍ମାତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ପ୍ରତ୍ୟେକ ସ୍ଥାନକୁ ସଡ଼କ ନିର୍ମାଣ କଲେ ଅଗମ୍ୟ ସ୍ଥାନକୁ ମଧ୍ୟ ସମସ୍ତେ ବୁଲିଯାଇପାରିବେ । କାରଣ ରାସ୍ତାର କୌଣସି ସମସ୍ୟା ଦେଖାଯିବ ନାହିଁ । ଏଭଳି କିଛି ସୁନ୍ଦର ସ୍ଥାନ ରହିଛି ଯାହାକୁ ରାସ୍ତା ଖରାପ ଥିବାରୁ ଯାଇ ହେଉନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଏହି ସମସ୍ତ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More