Only for Entertainment

ରିଲିଜ ହେଲା ଅପକମିଂ ରୋମାଂଟିକ କମେଡି ଫିଲ୍ମ ‘ମାଲମହୁ ଜୀବନ ମାଟି’ ରୋମାଟିକ ସଙ୍ଗ ‘ଓ ରେ ମେହେରବାନ’ !

52

ପୁଣି ପରଦାରେ ଜମିବ ସବ୍ୟସାଚୀ ଓ ଏଲିନାଙ୍କ ଯୋଡି । ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’ ହିଟ୍ ହେଲା ପରେ ଏହି ଯୋଡିକୁ ନେଇ ପୁଣି ଏକ ରୋମାଂଟିକ୍ – କମେଡି ଫିଲ୍ମ ପ୍ରସ୍ତୁତ ହୋଇଛି । ସିନେମାର ଟାଇଟେଲ୍ ରହିଛି ‘ମାଲ୍ ମହୁ ଜୀବନ ମାଟି’ । ଏହି ଅପକମିଂ ଫିଲ୍ମର ଏକ ରୋମାଂଟିକ ଗୀତ ରିଲିଜ ହୋଇଛି । ଯେଉଁଥିରେ ସବ୍ୟସାଚୀ ଏବଂ ଏଲିନାଙ୍କ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ଗୀତର ବୋଲ ରହିଛି ‘ଓରେ ମେହେରବାନ’ । ଏହି ଗୀତରେ କଣ୍ଠଦାନ କରିଛନ୍ତି ସ୍ୱୟମ ପାଢୀ ଏବଂ ଶୋହିନୀ ମିଶ୍ର ।

ଲିରିକ୍ସ ଲେଖିଛନ୍ତି ଡକ୍ଟର ନିର୍ମଳ ନାୟକ ଏବଂ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିଜିତ ମଜୁମଦାର । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରମେଶ ରାଉତ ଏବଂ ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ । ତେବେ ଫିଲ୍ମଟି ନଭେମ୍ବର ୮ତାରିଖରେ ପରଦାରେ ରିଲିଜ ହେବ । ଏବେ ଏହି ଦୁଇ କଳାକାର ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More