Only for Entertainment

ଆଜିଠୁ ଏସବିଆଇ ଗ୍ରାହକଙ୍କ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି ।

63

ନୂଆ ନିୟମ ଅନୁଯାୟୀ ଏଣିକି ପ୍ରତିଦିନ ଜଣେ ଏସବିଆଇ ଗ୍ରାହକ ଦିନକୁ ଡେବିଟ କାର୍ଡ ଜରିଆରେ କେବଳ ୨୦ହଜାର ଟଙ୍କା ହିଁ ଉଠାଇ ପାରିବେ । ଏସବିଆଇର କ୍ଲାସିକ ଓ ମେଟ୍ରୋ ଡେବିଟ କାର୍ଡ ଧାରକମାନେ ଆଜିଠୁ କେବଳ ଏଟିଏମରୁ ଦିନକୁ ୨୦ ହଜାର ଟଙ୍କା ହିଁ ଉଠାଇପାରିବେ ।

ପୂର୍ବରୁ ଗ୍ରାହକମାନେ ଦିନକୁ ୪୦ହଜାର ଟଙ୍କା ଉଠାଣର ସୁବିଧା ପାଉଥିଲେ । ଏବେ ଡେବିଟ୍ କାର୍ଡ ଜରିଆରେ ଚଙ୍କା ଉଠାଣ ନେଇ ଏସବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଏସବିଆଇ ଗୋଲ୍ଡ କାର୍ଡରୁ ପ୍ରତିଦିନ ୫୦ହଜାର ଟଙ୍କା ଉଠାଣ ବ୍ୟବସ୍ଥା ରହିଥିବା ବେଳେ ପ୍ଲାଟିନମ କାର୍ଡ ଜରିଆରେ ଏକ ଲକ୍ଷ ଟଙ୍କା ଉଠାଇବାର ବ୍ୟବସ୍ଥା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More