Only for Entertainment

ରିଲିଜ ହେଲା ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଆଉ ଏକ ନୂଆ ଗୀତ, ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଆୟୁଷ୍ମାନ- ନୁସରତ

you tube
47

ଆଗାମୀ ବଲିଉଡ୍ କମେଡି – ଡ୍ରାମା ଫିଲ୍ମ ‘ଡ୍ରିମ୍ ଗର୍ଲ’ର ନୂଆ ରୋମାଣ୍ଟିକ ଗୀତ ‘ଏକ ମୁଲାକାତ’ ରିଲିଜ ହୋଇଛି । ଗୀତରେ ଦେଖିବାକୁ ମିଳିଛି ଆୟୁଷ୍ମାନ ଓ ନୁସରତଙ୍କ ରୋମାନ୍ସ । ଏହି ରୋମାଟିକ ଗୀତରେ କଣ୍ଠଦାନ କରିଛନ୍ତି ମିଟ ବ୍ରଦରର୍ସ ଓ ପଲକ ମୁଚଲ ।

ଏହା ପୂର୍ବରୁ ଫିଲ୍ମର ଦୁଇଟି ଗୀତ ଏବଂ ଟ୍ରେଲର ରିଲିଜ ହୋଇଥିଲା । ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଆଶା କରାଯାଉଛି ଅନ୍ୟ ଦୁଇଟି ଗୀତ ପରି ଏହି ଗୀତକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିବେ ।

ପ୍ରତି ଫିଲ୍ମ ପରି ‘ଡ୍ରିମ ଗର୍ଲ’ରେ ମଧ୍ୟ ଆୟୁଷ୍ମାନ ଖୁରାନାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମରେ ସେ କଲ ସେଣ୍ଟରରେ ଝିଅ ଭଏସ (ପୂଜା)ରେ ଗ୍ରାହକଙ୍କୁ ଡିଲ କରୁଥିବାର ନଜର ଆସିଛନ୍ତଛନ୍ତି । ତାଙ୍କର ସୁନ୍ଦର ଭଏସ ପାଇଁ ସମସ୍ତେ ତାଙ୍କୁ ନିଜର କରିବାକୁ ଚାହାଁନ୍ତି । ଏହା ପରେ ସମସ୍ତଙ୍କ ମଧ୍ୟରେ ଆରମ୍ଭ ହୁଏ ପୂଜାକୁ ନେଇ ମହାଭାରତ । ରାଜ ସାଣ୍ଡିଲ୍ୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୧୩ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More