Only for Entertainment

ରିଲିଜ ହେଲା ‘ଫନ୍ନେ ଖାଁ’ର ଆଉ ଏକ ଗୀତ ‘ହାଲକା ହାଲକା’, ଦେଖିବାକୁ ମିଳିଲା ଐଶ୍ୱର୍ଯ୍ୟା ଏବଂ ରାଜ କୁମାର ରାଓଙ୍କ କ୍ୟୁଟ କେମେଷ୍ଟ୍ରୀ

YouTube
0 50

ଅଭିନେତା ଅନିଲ କପୁର, ଐଶ୍ୱର୍ଯ୍ୟା ରାୟ ଏବଂ ରାଜ କୁମାର ରାଓଙ୍କ ଆଗାମୀ ବଲିଉଡ ଫିଲ୍ମ ‘ଫନ୍ନେ ଖାଁ’ର ଦ୍ୱିତୀୟ ଗୀତ ନିକଟରେ ରିଲିଜ ହୋଇଛି । ଏହି ରୋମାଣ୍ଟିକ ଗୀତ ‘ହାଲକା ହାଲକା’ରେ ଐଶ୍ୱର୍ଯ୍ୟା ଏବଂ ରାଜ କୁମାର ରାଓଙ୍କ କ୍ୟୁଟ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

ସୁନିଧି ଚୌହାନ ଏବଂ ଦିବ୍ୟା କୁମାର ଏହି ଗୀତରେ ଭଏସ ଦେଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ଅମିତ ତ୍ରୀବେଦୀ । ଗୀତର ଲିରିକ୍ସ ଲେଖିଛନ୍ତି ଇର୍ଶାଦ କାମଲି । ଗୀତଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହା ପୂର୍ବରୁ ଫିଲ୍ମ ପ୍ରଥମ ଗୀତ ‘ମହବତ’ ରିଲିଜ କରାଯାଇଥିଲା ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହା ସହିତ ଫିଲ୍ମର ଟ୍ରେଲର ମଧ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଛି । ଫିଲ୍ମ ୩ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More