Only for Entertainment

ରିଲିଜ ହେଲା ନିମକିର ନୂଆ ଗୀତ ‘ଏଠି ସପନ’, ଦେଖନ୍ତୁ ଭିଡିଓ

you tube
34

ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଗାମୀ ଫିଲ୍ମ ‘ନିମକି’ । ଏହି ଫିଲ୍ମ ଏକ ସାଧାରଣ ଝିଅର ଅସାଧାରଣ ସାହସକୁ ଗତିଶୀଳ । ସିନେମାରେ ନିମକି ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ନିଜର ଆଗାମୀ ଫିଲ୍ମକୁ ନିଆରା ଢଙ୍ଗରେ ପ୍ରମୋଶନ କରୁଥିବାର ଦେଖିବାକୁ ମିଳିଛି । ନିକଚଟରେ ଫିଲ୍ମର ଟେଚ୍ରଲର ରିଲିଜ ହୋଇଥିଲା ଯାହାକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି । ଏବେ ଫିଲ୍ମର ଏକ ଗୀତକୁ ରିଲିଜ କରାଯାଇଛି । ଏହି ଗୀତର ନାମ ରହିଛି ‘ଏଠି ସପନ’ । ଏହି ଗୀତରେ ବର୍ଷା ଭୁବନେଶ୍ୱର ବୁଲି ଦେଖୁଥିବାର ନଜର ଆସିଛନ୍ତି ।

ଏହାର ମ୍ୟୁଜିକ ପ୍ରେମାନନ୍ଦ ଦେଇଥିବା ବେଳେ ଗୀତଟି ଦର୍ଶକଙ୍କୁୂ ପସନ୍ଦ ଆସିବ ବୋଲି ଆଶା କରାଯାଇଛି । ଜି ସାର୍ଥକର ଅଫିସିଆଲ ୟୂୁଟ୍ୟୁବ ଚ୍ୟାନେଲରେ ଏହି ଗୀତକୁ ରିଲିଜ କରାଯାଇଛି । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୩ ଜାନୁଆରୀରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More