Only for Entertainment

ରିଲିଜ ହେଲା ରେଡିଓ ଚକଲେଟର ଆଇ ଏକ ହୃଦୟସ୍ପର୍ଶୀ ଗୀତ ‘ପ୍ରେମ ଖେଳନା’

you tube
0 53

ମୁକ୍ତିଲାଭ କଲା ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ର ଏକ ହୃଦୟସ୍ପର୍ଶୀ ଗୀତ । ପ୍ରତ୍ୟେକ ସପ୍ତାହରେ ଓଡିଆ ସ୍ରୋତାଙ୍କ ପାଇଁ ମନଛୁଆଁ ଗୀତସବୁ ଭେଟି ଦେଉଥିବା ରେଡିଓ ଚକଲେଟ୍ ଚଳିତ ସପ୍ତାହରେ ଭେଟି ଦେଇଛି ଏଖ ଇମୋସ୍ନାଲ୍ ଗୀତ ‘ପ୍ରେମ ଖେଳନା’ । ଗୀତଟିର ଷ୍ଟୁଡିଓ ଭର୍ସନ୍ ରେଡିଓ ଚକଲେଟ୍ର ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି । ଗୀତରେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଜବରଦସ୍ତ ଗାୟିକି ଶୁଣିବାକୁ ମିଳିଛି । ଗୀତ ଜରିଆରେ ପୁଣିଥରେ ନିଜ ସ୍ୱରର ଯାଦୁରେ ସ୍ରୋତାଙ୍କୁ ଭିଜେଇବାକୁ ଚେଷ୍ଟା କରିଛନ୍ତି ହ୍ୟୁମାନ୍ । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି କାର୍ତିକ୍ କୁମାର୍ ।

ଏହି ଗୀତରେ ଲିରିକ୍ସ ଦେଇଛନ୍ତି ଗୁରୁ ଶତପଥୀ । ଗୀତକୁ ସୋସିଆଲ୍ ସାଇଟ୍ ୟୁଟୁବରେ ରିଲିଜ୍ କରାଯାଇଛି । ଏହି ଗୀତକୁ ୟୁଟୁବରେ ଖୁବ ପ୍ରଶଂସା ମିଳିବାରେ ଲାଗିଛି । ପ୍ରତ୍ୟେତ ସପ୍ତାହରେ ଏଭଳି ଭିନ୍ନ ସ୍ୱାଦର ଗୀତ ଭେଟି ଦେଇ ଓଡିଆ ସ୍ରୋତାଙ୍କ ପସନ୍ଦ ହୋଇ ପାରିଥିବା ରେଡିଓ ଚକଲେଟ୍ ପୁଣିଥରେ ସ୍ରୋତାଙ୍କ ମନକୁ ଜିଣିବା ପାଇଁ ଭେଟି ଦେଇଛି ଏହି ଗୀତ । ସ୍ରୋତା ଏହି ଗୀତକୁ ରେଡିଓ ଚକଲେଟରେ ଏଫ୍ ଏମରେ ଏବଂ ଆପ୍ ରେ ଶୁଣି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More