Only for Entertainment

ରିଲିଜ ହେଲା ଅପକମିଂ ଫିଲ୍ମ ‘ବିରେ ଦି ୱେଡିଂ’ର ପ୍ରଥମ ପ୍ରମୋସନାଲ୍ ସଙ୍ଗ ।

YouTube
0 56

ଆଗାମୀ କମେଡି – ଡ୍ରାମା ଫିଲ୍ମ ବିରେ ଦି ୱେଡିଂର ପ୍ରମୋସନାଲ୍ ସଙ୍ଗ ‘ତରିଫାନ୍’ ରିଲିଜ୍ ହୋଇଛି । ଏହି ଗୀତରେ ଫିଲ୍ମର ୪ ଜଣ ଲିଡ୍ ନାୟିକା କରୀନା କପୁର ଖାନ, ସୋନମ କପୁର, ସ୍ୱରା ଭାଷ୍କର୍ ଏବଂ ସିଖା ତଲସାନିଆଙ୍କୁ ଦେଖିବାକୁ ମିଳିଛି । ଏହା ସହ ବାଦଶାହାଙ୍କ ରାପ ଗୀତରେ ଚାର୍ ଚାନ୍ଦ ଲଗାଇ ଦେଇଛି । ଏହି ପାର୍ଟି ସଙ୍ଗରେ କଣ୍ଠଦାନ କରିଛନ୍ତି ବାଦଶାହ । ଏହି ଭିଡିଓ ସଙ୍ଗକୁ କୋରିଓଗ୍ରାଫ କରିଛନ୍ତି ଫରହା ଖାନ୍ । ଫିଲ୍ମ ‘ବିରେ ଦି ୱେଡିଂ’ର ପ୍ରମୋସନ୍ ପାଇଁ ଏହା ଖାସ୍ ଗୀତ ପ୍ରସ୍ତୁତ କରାଯାଇଛି ।

ଚଳଚ୍ଚିତ୍ର ‘ବିରେ ଦି ୱେଡିଂ’ ୪ଜଣ ସାଙ୍ଗକୁ ନେଇ ପ୍ରସ୍ତୁତ ହୋଇଛି । କାଲନ୍ଦୀ, ଅବନୀ, ଶାକ୍ଷୀ ଏବଂ ମୀରା । ସବୁବେଳେ ଏକାଠି ରୁହନ୍ତି । ମଜା ମସ୍ତି ସହ ନିଜ ଜୀବନ କାଟନ୍ତି । ହେଲେ ବିବାହ ନାମରେ ରାଗି ଜାଆନ୍ତି । କିନ୍ତୁ ସମାଜ ସବୁବେଳେ ଏମାନଙ୍କ ବିବାହକୁ ନେଇ ମାରିଥାଏ ତାନା । ଫିଲ୍ମଟି ୱର୍କିଂ ୱିମେନଙ୍କ ଉପରେ ଆଧାରିତ ହୋଇଛି । କମେଡି – ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଥିବା ଏମିତି ଏକ ଫିଲ୍ମ ବିରେ ଦି ୱେଡିଂର ନିର୍ଦ୍ଦେଶନା ଦେଇଛନ୍ତି ସଶାଙ୍କ ଘୋଷ ଏବଂ ପ୍ରଯୋଜନା କରିଛନ୍ତି ରିହା କପୁର୍ ଓ ଏକତା କପୁର ।

ଫିଲ୍ମରେ କାଲନ୍ଦୀ ଚରିତ୍ରରେ କରିନା କପୁର ଖାନ, ଅବନୀ ଚରିତ୍ରରେ ସୋନମ କପୁର, ସାକ୍ଷୀ ଚରିତ୍ରରେ ସ୍ୱରା ଭାଷ୍କର୍ ଏବଂ ମୀରା ଚରିତ୍ରରେ ସିଖା ତଲସାନିଆଙ୍କୁ ଦେଖିବାକୁ ମିଳିଛି ।  ଜୁନ୧ରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More