Only for Entertainment

ଦେଖନ୍ତୁ ରେଡ଼ିଓ ଚକଲେଟ ତରଫରୁ ହ୍ୟୁମାନ ସାଗରଙ୍କ କଣ୍ଠରେ ନୂଆ ଗୀତ ଲଭ ଗେମ ।

radio chocolate
0 67

ରେଡ଼ିଓ ଚକଲେଟ ବିଭିନ୍ନ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ ଗାୟକ ଏବଂ ଗାୟିକାଙ୍କ କଣ୍ଠରେ ସୁନ୍ଦର ଗୀତ ଭେଟି ଦେଇଥାଏ । ଯାହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରନ୍ତି । କେବଳ ସେତିକି ନୁହେଁ ରେଡ଼ିଓ ଚକଲେଟ ଏହି ମାଧ୍ୟମରେ ଆପଣଙ୍କ ପ୍ରିୟ କଳାକାରଙ୍କୁ ଆପଣଙ୍କ ନିକଟରେ ପହଂଚାଇଥାନ୍ତି । ତେବେ ରେଡ଼ିଓ ଚକଲେଟର ଏହି ସମସ୍ତ ହୃଦୟ ଛୁଆଁ ଗୀତ ସବୁବେଳେ ଚଳିତ ସମୟକୁ ନେଇ ପ୍ରସ୍ତୁତ କରାଯାଏ । ଯାହା ଆଜିର ପିଢୀ ପାଇଁ ନିହାତି ଆବଶ୍ୟକ । ତେବେ ନିକଟରେ ପୁଣିଥରେ ସେହିଭଳି ଏକ ଗୀତ ରିଲିଜ ହୋଇଛି । ଯାହା ଆଜିର ଯୁବପିଢୀଙ୍କ ନିତିଦିନଆ କାର୍ଯ୍ୟକଳାପକୁ ସିଡଧାସଳଖ ଦର୍ଶାଉଛି ।

ଗୀତଟି ଆଜିର ଲଭ ଷ୍ଟୋରୀକ୍ୁ ନେଇ ନିର୍ମାଣ କରାଯାଇଛି । ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଏବଂ ଗାୟିକା ଅସୀମା ପଣ୍ଡାଙ୍କ କଣ୍ଠରେ ଏହି ଗୀତ ଅଧିକ ସୁନ୍ଦର ଅନୁଭବ ହେଉଛି । ଗୀତଟି ଖୁବ ହୃଦୟଛୁଆଁ,ଯାହାର ଅର୍ଥ ବାସ୍ତବିକତାକୁ ଦର୍ଶାଉଛି । ଆପଣ ମଧ୍ୟ ଏହାକୁ ନିଶ୍କୟ ପସନ୍ଦ କରିବେ । ଦେଖନ୍ତୁ ଭିଡ଼ିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More