Only for Entertainment

ରିଲିଜ ହେଲା ଫିଲ୍ମ ‘ପାଗଲପନ୍ତି’ର ନୂଆ ଟ୍ରାକ ‘ବିମାର ଦିଲ’, ଶ୍ରୀଦେବୀଙ୍କ ଗୀତକୁ ରିକ୍ରିଏଟ କରିଛନ୍ତି ମେକର୍ସ! ଦେଖନ୍ତୁ

Latestly
27

ଆଗାମୀ ମଲ୍ଟି ଷ୍ଟାରର ବଲିଉଡ ଫିଲ୍ମ ‘ପାଗଲପନ୍ତି’ର ତୃତୀୟ ଗୀତ ‘ବିମାର ଦିଲ’କୁ ମେକର୍ସ କିଛି ସମୟ ପୂର୍ବରୁ ରିଲିଜ କରିଛନ୍ତି । ଫିଲ୍ମର ଏହି ନୂଆ ଟ୍ରାକରେ ଫିଲ୍ମର ଷ୍ଟାର କାଷ୍ଟଙ୍କ ସମେତ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ଦେଖିବାକୁ ମିଳିଛି । ଗୀତରେ ଉର୍ବଶୀ ଭୂତ ଭାବେ ନଜର ଆସିଛନ୍ତି ।

ବଲିଉଡରେ ଏବେ ପୁରୁଣା ଗୀତ ଗୁଡିକର ରିମେକ ଚାଲିଥିବା ବେଲେ ‘ବିମାର ଦିଲ’ ମଧ୍ୟ ସନି ଦେଓଲ, ଶ୍ରୀଦେବୀ ଏବଂ ରଜନୀକାନ୍ତଙ୍କ ଫିଲ୍ମ ‘ଚାଲ ବାଜ’ର ଫେମସ ଗୀତ ‘ତେରା ବିମାର ମେରା ଦିଲ’ର ରିମେକ ଭର୍ସନ । ଓରିଜିନାଲ ଗୀତରେ ମହମଦ ଅଜିଜ ଏବଂ କବିତା କ୍ରିଷ୍ଣମୃର୍ତ୍ତୀଙ୍କ ଭଏସ ଶୁଣିବାକୁ ମିଳିଥିବା ବେଳେ ଏହି ରିମେକ ଭର୍ସନରେ ଜୁବିନ ନୌତିଆଲ ଏବଂ ଅସିସ କୌରଙ୍କ ଭଏସ ଶୁଣିବାକୁ ମିଳିଛି । ନୂଆ ଗୀତର ଲିରିକ୍ସ ସବିର ଅହମଦ ଏବଂ ତନିଷ୍କ ବାଗଚୀ ଲେଖିଥିବା ବେଳେ ଏହାର ମୁଜିକ ମଧ୍ୟ ତନିଷ୍କ ବାଗଚୀ ଦେଇଛନ୍ତି ।

ଅନୀସ ବାଜମୀଙ୍କ ଏହି ଫିଲ୍ମରେ ଜନ ଆବ୍ରାହମ , ଇଲିଆନା ଡିକ୍ରୁଜ, ଅରସଦ ବାର୍ସୀ, ପୁଲକିତ ସମ୍ରାଟ, କ୍ରିତି ଖରବନ୍ଧା, ଉର୍ବଶୀ ରୌତେଲା, ଅନିଲ କପୁର ଏବଂ ସୌରଭ ଶୁକ୍ଲା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି କମେଡୀ ଡ୍ରମା ଫିଲ୍ମ ୨୨ ନଭେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More