Only for Entertainment

ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ନୂଆ ମୋଡ ! ଥାନାରେ ଅଭିଯୋଗ କଲେ ନିକିତାଙ୍କ ବାପା, କହିଲେ…

kanak
27

ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ । କଟକ ଚାଉଳିଆଗଂଜ ଥାନା ପୋଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ରଖିଛି । ନିକିତାଙ୍କ ମୃତ୍ୟୁ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ଆଜି ନିକିତାଙ୍କ ମୃତ୍ୟୁ ନେଇ ତାଙ୍କ ବାପା, ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ନାଁରେ ଚାଉଳିଆଗଂଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ନିକିତାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି ।

ନିକିତାଙ୍କ ମୃତ୍ୟୁ କେମିତି ହେଲା? ମୃତ୍ୟୁବେଳକୁ ଲିପନ  ତାଙ୍କ ପାଖରେ ଥିଲେ କି? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା କି? ଯଦି ନିକିତା ଆତ୍ମହତ୍ୟା କରିଛନ୍ତି, ତେବେ ସ୍ୱାମୀ ଲିପନ ତାଙ୍କୁ ଉସୁକାଇଥିଲେ କି? ଏସବୁ ବାବଦରେ ପୋଲିସ, ତାଙ୍କୁ ପ୍ରଶ୍ନ କରୁଛି । ତେବେ ଏସବୁ ପ୍ରଶ୍ନର ଉତ୍ତର ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ନିକିତାଙ୍କ ବାପା । ଘଟଣା ଦିନ ନିକିତାଙ୍କୁ ତାଙ୍କ ସ୍ୱାମୀ ଛାତ ଉପରକୁ ଡାକି ନେଇଥିଲେ । ଏପରିକି କିଛି ସମୟ ଛାତ ଉପରେ ପାଟିତୁଣ୍ଡ ହେବା ପରେ ଛାତ ଉପରୁ ଆର୍ତ୍ତ ଚିତ୍କାର ସହ ତଳେ ପଡିଥିଲେ ନିକିତା । ରକ୍ତ ଜୁଡୁବୁଡ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନିକିତାଙ୍କ ବାପାଙ୍କ କହିବା ଅନୁଯାୟୀ, ବାହାଘରର ୭ ମାସ ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥିଲା । କିନ୍ତୁ ଏହାପରେ ଶାଶୁଘର ଲୋକ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ସେବେଠାରୁ ସେ ଆମ ଘରେ ରହୁଥିଲା ବୋଲି କହିଛନ୍ତି ନିକିତାଙ୍କ ବାପା । ଏପରିକି ମଝିରେ ମଝିରେ ଲିପନ ତାଙ୍କୁ ଦେଖା କରିବାକୁ ଆସନ୍ତି ଓ ସେ ଭୁବନେଶ୍ୱରର ନିଜର ଏକ ଫ୍ଲାଟରେ ସାଙ୍ଗ ହୋଇ ରହୁଥିଲେ ବୋଲି କହିଛନ୍ତି ନିକିତାଙ୍କ ବାପା । ଏକାଧିକ ଆଲବମ୍, ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଥିବା ଲଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଶୁକ୍ରବାର ରାତିରେ ଛାତଉପରୁ ପଡି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ନିକିତା ତାଙ୍କ ବାପ ଘରେ ଥିଲେ । ତେବେ ନିକିତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More