Only for Entertainment

କେରଳରେ ଖୋଲା ହୋଇଛି ନୂଆ Windflower Resort, ପରିବାର କିମ୍ବା ବନ୍ଧୁଙ୍କ ସହ ଥରେ ବୁଲି ଆସନ୍ତୁ

Windflower Resort
32

କେରଳ ପର୍ଯ୍ୟଟକମାନଙ୍କ ପାଇଁ ଏକ ସୁନ୍ଦର ସ୍ଥାନ । କେରଳରେ ଏପରି ଅନେକ ପର୍ଯ୍ୟଟନ ସ୍ଥାନ ରହିଛି ଯାହା ପର୍ଯ୍ୟଟକଙ୍କୁ ନିିଜ ଆଡକୁ ଆକର୍ଷିତ କରିଥାଏ । ସେଥିପାଇଁ ତ ପ୍ରତିବର୍ଷ ସେଠାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଯଦି ଆପଣ ମଧ୍ୟ କେରଳ ବୁଲି ଯିବାକୁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କୁ କହିରଖୁଛୁ ଯେ, କେରଳର ବାୟଥିରୀ ଠାରେ ଏକ ସୁନ୍ଦର ୱିଣ୍ଡଫ୍ଲାୱାର ରିଜର୍ଟ ଖୋଲା ଯାଇଛି । ତେବେ ଆସନ୍ତୁ ଜାଣିବା ଏହି ରିସୋର୍ଟ ବିଷୟରେ ।

pic

ଏହି ରିସୋର୍ଟ କେରଳର ବାଇଥିରୀ ଠାରେ ଏକ ୱିଣ୍ଡଫ୍ଲାୱାର ରିସୋର୍ଟ ନାମରେ ପରିଚିତ । ଏହି ରିସୋର୍ଟ କୋଝିକୋଡ ଠାରି ୩ ଘଣ୍ଟା ଦୂରରେ ଥିବା ବ୍ୟାକୱାଟର ପାଖରେ ଅବସ୍ଥିତ । ଏହି ରିସୋର୍ଟ ରେ ଆପଣ ଅଦ୍ଭୁତ ପ୍ରକୃଦତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ । ବନ୍ଧୁ ଏବଂ ପରିବାର ସହିତ ଆପଣ ଏଠାରେ ସୁନ୍ଦର ସମୟ ବିତାଇ ପାରିବେ । ଏହି ରିସୋର୍ଟର ଆଖପାଖର ଜଳବାୟୁ ଏପରି ରହିଥାଏ ଯେ ଆପଣ ଯେ କୌଣସି ସମୟରେ ସେଠାକୁ ବୁଲିବାକୁ ଯାଇପାରିବେ ।

pic2

ଏହି ରିସୋର୍ଟରେ ଆପଣ ସ୍ପାର ମଜା ମଧ୍ୟ ନେଇ ପାରିବେ । ଏହି ସୁନ୍ଦର ରିସୋର୍ଟର ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ଓପନ ଏୟାର ଜକୁଜୀ ରହିଛି । ଆପଣ ଏଠାରେ ଖୋଲା ପବନରେ ଗାଧୋଇବା ସହିତ ସୁନ୍ଦର ପ୍ରକୃତିର ମଜା ନେଇ ପାରିବେ ।

pic4

ଏହି ଭିଲ୍ଲାରେ ଓପନ ଏ ୟାର ଜକୁଜୀ ସହିତ ସ୍ୱିମିଂ ପୁଲ ମଧ୍ୟ ରହିଛି । ଏହା ସହିତ ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ରହିବା ଏବଂ ଖାଇବାର ମଧ୍ୟ ବ୍ୟବସ୍ଥା ରହିଛି । କେବଳ ସେତିକି ନୁହେଁ ଭିଲ୍ଲାରେ ରନହିଥିବା ଗେଷ୍ଟମାନଙ୍କ ପାଇଁ ମାଗଣାରେ ଚା ବଗିଚା ବୁଲିବାର ଏବଂ ଓପମ ଏୟାର ହାଇ ଟି ସେସନର ମଉକା ମଧ୍ୟ ଦିଆଯାଇଥାଏ ।

pic6

ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ରିସୋର୍ଟ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ଏହାର ୱେବସାଇଟକୁ ଯାଇ ଭିଡିଟ କରିପାରିବେ ଏବା ସହିତ ଅନଲାଇନ ବୁକ ମଧ୍ୟ କରିପାରିବେ ।
pic8

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More