Only for Entertainment

ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଦୁଇଟି ମୁହଁ ଥିବା ମାଛ, ଶିକାର କରିବା ପରେ ଉଡିଗଲା ପତି-ପତ୍ନୀଙ୍କ ହୋଶ

Knotty Boys Fishing facebook photo
177

ନ୍ୟୁୟର୍କରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଡେବି ଗେଡେସ ନାମକ ଜଣେ ମହିଳା ମାଛ ଧରିବା ପାଇଁ ନଦୀକୁ ଯାଇଥିଲେ । ସେ ମାଛ ଧରିବା ପରେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସେହି ସମୟରେ ମହିଳାଙ୍କ ପତି ମ ଧ୍ୟ ସେଠାରେ ଉପସ୍ଥିତ ଥିଲେ । ରିପୋର୍ଟ ଅନୁସାରେ ଡେବି ଯେଉଁମାଛକୁ ଧରିଥିଲେ ତାହାର ଦୁଇଟି ମୁହଁ ଥିଲା ।

ଡେବିଙ୍କ କହିବା ଅନୁସାରେ, ଶିକାର କରିବା ସମୟରେ ତାଙ୍କୁ ବିଶ୍ୱାସ ବି ଦେଉନଥିଲା ଯେ ସେମାନେ ଦୁଇଟି ମୁହଁ ଥିବା ମାଛ ଧରିଛନ୍ତି । ଏହି କପଲ ମାଛର କିଛି ଫଟୋ ନେବା ପରେ ମାଛକୁ ନଦୀରେ ଛାଡି ଦେଇଥିଲେ । ପରେ ଦୁହେଁ ସୋସିଆଲ ମିଡିଆ ଫେସବୁକରେ ମାଛର ଫଟୋକୁ ଅପଲୋଡ କରିଥିଲେ । ଫଟୋଟି ଅପଲୋଡ କରିବା ପରେ ଏହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More