Only for Entertainment

ନବବିବାହିତା ବଧୂ ସ୍ୱାମୀଙ୍କ ହାତରେ ଦେଖିଲେ ଗର୍ଲଫ୍ରେଣ୍ଡଙ୍କ ନାମର ଟାଟୁ, ତା’ପରେ କ’ଣ ହେଲା ଜାଣନ୍ତୁ ।

times now
0 52

ବିବାହର ୫ଦିନ ପରେ ପତ୍ନୀଙ୍କ ନଜର ପଡିଲା ସ୍ୱାମୀଙ୍କ ହାତ ଉପରେ । ହାତରେ ଦେଖିବାକୁ ପାଇଲେ ଗାର୍ଲଫ୍ରେଣ୍ଡଙ୍କ ନାମର ଟାଟୁ । ଏହା ଦେଖି ନିଜର ହିତାହିତ ଜ୍ଞାନ ହରାଇବସିଥିଲେ ପତ୍ନୀ ଜଣଙ୍କ । ବସ ଷ୍ଟାଣ୍ଡରେ ଜନଗହଳି ଭିତରେ ଗୋଡେଇ ଗୋଡେଇ ପିଟିଥିଲେ ସ୍ୱାମୀଙ୍କୁ ।

ଖବର ଅନୁସାରେ କିନାଥୁକଡାବୁରେ ରହୁଥିବା ୨୨ବର୍ଷିୟା ନବବିବାହିତା ନିଜ ୨୦ବର୍ଷର ସ୍ୱାମୀଙ୍କ ସହ ବସରେ ଯିବା ପାଇଁ ବସ ଷ୍ଟାଣ୍ଡରେ ଅପେକ୍ଷାରେ ଥିଲେ । ହଠାତ ତାଙ୍କର ନଜର ସ୍ୱାମୀଙ୍କ ବାହୁ ଉପରେ ପଡିଲା । ସେଥିରେ ଗୋଟିଏ ଝିଅର ନାମ ଥିବା ଟାଟୁ ରହିଥିଲା । ଆଉ ଏହି ଝିଅଟି ସ୍ୱାମୀଙ୍କର ଗାର୍ଲଫ୍ରେଣ୍ଡ ଥିଲା ।

ଏହା ଦେଖି ରୋମାଣ୍ଟିକ ମୁଡରେ ଥିବା ପତ୍ନୀ ହଠାତ ଚଣ୍ଡିରୂପ ଧାରଣ କରିଥିଲେ । ପ୍ରଥମେ ସେ ବଡ଼ ଜୋରରେ ସ୍ୱାମୀଙ୍କ ସହ ପାଟିତୁଣ୍ଡ କଲେ ପରେ ମାଡ଼ ଆରମ୍ଭ କରିଥିଲେ । ହଠାତ ପତ୍ନୀଙ୍କର ଏହି ରୂପକୁ ବୁଝିନପାରି ଦୌଡିବା ଆରମ୍ଭ କରିଥିଲା ବିଚରା ସ୍ୱାମୀଟି । ହେଲେ ଅଟକି ନଥିଲେ ପତ୍ନୀ । ଭିଡ଼ ଭିତରେ ଗୋଡେଇ ଗୋଡେଇ ପିଟିବା ଆରମ୍ଭ କରିଦେଇଥିଲେ ।

ବସ ଷ୍ଟାଣ୍ଡରେ ଥିବା ଲୋକମାନେ ଏହି ଘଟଣାକୁ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଉଭୟଙ୍କୁ ଥାନାକୁ ନେଇଥିଲା । ସୂଚନା ଅନୁସାରେ ଯୁବତୀଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ସେ ନିଜ ଠାରୁ କମ ବୟସର ଯୁବକଙ୍କ ସହ ପ୍ରେମ ବିବାହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More