Only for Entertainment

ଦୀପିକା ରଣବୀରଙ୍କ ରିସେପସନ ସମୟ ଆସିଲା ପାଖେଇ, ବାଙ୍ଗାଲୁରୁ ଗଲେ ନବବିବାହିତ କପଲ !

23

ଚର୍ଚ୍ଚିତ ଯୋଡିଙ୍କୁ ନେଇ ଆସୁଛି ଗୋଟେ ପରେ ଗୋଟେ ଖବର । ଇଟାଲୀରେ ବାହାଘର, ମୁମ୍ବାଇରେ ଗୃହପ୍ରବେଶ ପରେ ବଲିଉଡ ଯୋଡି ବେଙ୍ଗାଲୁରୁ ପହଁଚିଛନ୍ତି । ୨୧ରେ ଏହି ନବବିବାହିତ କପଲଙ୍କ ପ୍ରଥମ ଗ୍ରାଣ୍ଡ ୱେଡିଙ୍ଗ ପାର୍ଟିର ଆୟୋଜନ କରାଯାଇଛି ।ତେଣୁ ରଣବୀର ନିଜ ପତ୍ନୀଙ୍କୁ ନେଇ ଶଶ୍ୱରୁ ଘରେ ପହଁଚିଛନ୍ତି ।

ରବିବାର ସକାଳ ପରି ଠିକ ମଙ୍ଗଳବାର ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି ଫ୍ୟାନଙ୍କ ପ୍ରବଳ ଗହଳି । ବେଶ ଖୁସି ମନରେ ହାତରେ ହାତ ଧରି ଯେତେବେଳେ ବଲିଉଡର ପପୁଲାର ଯୋଡି ତଥା ନ୍ୟୁଲି ମ୍ୟାରେଡ କପଲ ଦୀପିକା ରଣବୀର ବିମାନବନ୍ଦରକୁ ଏଟ୍ରିଂ କରନ୍ତି ନଜାରା କିଛି ଏହି ପ୍ରକାର ଥିଲା । ଗୋଟେ ପରେ କଡ଼ାସୁରକ୍ଷା ଭିତରେ ରଣବୀର ଓ ଦୀପିକା ତ ଅନ୍ୟପଟେ ଏମାନଙ୍କ ଝଲକ ଟିକେ ପାଇବା ପାଇଁ ବିମାନବନ୍ଦର ପରିସରରେ ଫ୍ୟାନଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳଛି । ନଭେମ୍ବର ଦୀପକା ଅନାରକଲି ସାୱାଲର କମିଜସହ ପୂରା ସିମ୍ପଲ ଗେଟଅପରେ ଦେଖାଯାଇଥିବାବେଳେ ସିମ୍ବାଷ୍ଟାର ରଣବୀର ହ୍ୱାଇଟ କୁର୍ତା ପାଇଜାମାରେ ନଜର ଆସିଛନ୍ତି । ୨୧ରେ ଦୀପିକାଙ୍କ ହୋମଟାଉଡ଼ ବେଙ୍ଗାଲୁରୁରେ ଆୟୋଜନ ହୋଇଛି ଗ୍ରାଣ୍ଡ ରିସେପସନ ପାର୍ଟି । ଲୀଲା ପ୍ୟାଲେସରେ ଆୟୋଜିତ ପାଟିରେ କେବଳ ଷ୍ଟାରଙ୍କ ନିକଟତମ ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ ଦିଆଯାଇଛି ।

ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ ଏହି ୱେଡିଙ୍ଗ ପାର୍ଟିର ଆୟୋଜନ କରିଛନ୍ତି । । ବେଙ୍ଗାଲୁର ପରେ ମୁମ୍ବାଇରେ ଦୀପବୀରଙ୍କ ୨ୟ ପାର୍ଟିର ଆୟୋଜନ କରିଛନ୍ତି ରଣବୀରଙ୍କ ପରିବାର । ଗ୍ରାଣ୍ଡ ୱେଡିଙ୍ଗ ପାର୍ଟିରେ ଅତିଥିଙ୍କ ତାଲିକା ବେଶ ଲମ୍ବା ରହିଥିବା ଜଣାପଡିଛି । ଗ୍ରାଣ୍ଡ ହାୟାତରେ ଆୟୋଜିତ ହେବ ଦୀପବୀରଙ୍କ ୱେଡିଙ୍ଗ ପାର୍ଟି । ଚର୍ଚ୍ଚା ହେଉଛି କି ଡିସେମ୍ବର ୧ରେ ଆଉ ଏକ ପାର୍ଟିର ମଧ୍ୟ ଆୟୋଜନ କରାଯାଇଛି ।ଦୀର୍ଘ ୬ବର୍ଷର ପ୍ରେମ ସର୍ମ୍ପକ ପରେ ନଭେମ୍ବର ୧୪ ଓ ୧୫ରେ କୋଙ୍କଣୀ ଓ ସିନ୍ଧି ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତିି ରଣବୀର ଦିପିକା । ଇଟାଲୀ ଲେକ କୋମୋରେ ହାତଗଣତି ଅତିଥିଙ୍କ ଗହଣରେ ଏହି ସେଲିବ୍ରେଟି ବାହାଘର ଶେଷ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More