ଆକ୍ରମଣ ପରେ ଆସିଲା ଗୁରୁ ରନ୍ଧାୱାଙ୍କ ବୟାନ, କାନ୍ନାଡାରେ କେବେ ବି କରିବେ ନାହିଁ ପର୍ଫମ
ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାୱାଙ୍କ ଉପରେ କାନ୍ନାଡାରେ ଆକ୍ରମଣ ପରେ ସେ ଭାରତ ଫେରିଛନ୍ତି । ଗୁରୁଙ୍କ ଡାହାଣ ଆଖି ଉପରେ ୪ଟି ଷ୍ଟିଚ ପଡିଥିବା ସୂଚନା ମିଳିଛି । ଏହି ଘଟଣା ପରେ ଗୁରୁ ନିଜ ଇଂଷ୍ଟାଗ୍ରାମା ଅଫିସିଆଲ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଷ୍ଟେଟମେଣ୍ଟ ଜାରି କରିଛନ୍ତି ।
ଏହି ଷ୍ଟେଟମେଣ୍ଟରେ କୁହାଯାଇଛି ଯେ, ଗୁରୁ ଆଉ କେବେ ବି କାନ୍ନାଡାରେ ପର୍ଫମ କରିବେ ନାହିଁ । ଏହା ସହିତ ବୟାନରେ କୁହାଯାଇଛି ‘ଗୁରୁ ମେଗା ସକ୍ସେସଫୁଲ ୟୁଏସଏ/ କାନ୍ନାଡା ଟୁର ଏବଂ ଡାହାଣ ଆଖିର ଉପରେ ୪ଟି ଷ୍ଟିଚ ସହିତ ଭାରତ ଫେରିଛନ୍ତି । ଏହା ୨୮ ଜୁଲାଇର ଘଟଣା । ଗୁରୁ ଜଣେ ପଂଜାବୀ ଫ୍ୟାନକୁ ପର୍ଫମାନ୍ସ କରିବା ସମୟରେ ଷ୍ଟେଜକୁ ଆସିବା ପାଇଁ ମନା କରିଥିଲେ । ଫ୍ୟାନ ଜଣକ ବାରମ୍ବାର ଷ୍ଟେଜକୁ ଆସିବା ପାଇଁ ଚେଷ୍ଟା କରୁଥିଲା । ଏହା ପରେ ସେ ଷ୍ଟେଜ ପଛରେ ଲୋକମାନଙ୍କ ସହିତ ଝଗଡା କରିଥିଲା । ପରେ ଗୁରୁ ପର୍ଫମାନ୍ସ ଦେଇ ଷ୍ଟେଜରୁ ଓହ୍ଲାଇବା ପରେ ସେ ଆକ୍ରମଣ କରିଥିଲା । ପରେ ଗୁରୁ ରକ୍ତାତ ହୋଇ ଷ୍ଟେଜରେ ଲୋକଙ୍କୁ ଏହା ଦେଖାଇଥିଲେ । ’
ଭାରତ ଫେରିବା ପରେ ଗୁରୁକହିଛନ୍ତି ଯେ, ‘ଗୁରୁ ନାନକ ଜୀ ତାଙ୍କୁ ବଂଚାଇ ଦେଲେ । ସେ ୱାହେ ଗୁରୁଙ୍କ ଠାରେ ପ୍ରାର୍ଥନା କରିବେ ସେହି ଲୋକଙ୍କୁ ସଦବୁଦ୍ଧି ଦିଅନ୍ତୁ । ଆମକୁ ପ୍ରେମ ଏବଂ ଆପଣଙ୍କର ସାଥ ଦରକାର ।’