Only for Entertainment

ଖୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି ନେବେ ହ୍ରିତିକ ରୋଶନଙ୍କ ଏହି ସୁନ୍ଦରୀ ଭଉଣୀ

35

ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ଆସି ନିଜକୁ ହିଟ ଅଭିନେତା ପ୍ରମାଣିତ କରିଥିବା ଅଭିନେତା ହ୍ରିତିକ ରୋଶନଙ୍କ ସମ୍ପର୍କୀୟ ଭଉଣୀ ଖୁବ ଶୀଘ୍ର ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ମ୍ୟୁଜିକ କମ୍ପୋଜର ରାଜେଶ ରୋଶନଙ୍କ ଝିଅ ପଶ୍ଚିନା ରୋଶନ ବଲିଉଡରେ ଏଣ୍ଟ୍ରି ନେବା ପାଇଁ ବଡ ବଡ ପ୍ରଡକ୍ସନ ହାଉସ ସହିତ ସମ୍ପର୍କ କରୁଛନ୍ତି ।

 

ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ପଶ୍ଚିନା ହୋମ ପ୍ରଡକ୍ସନର ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରିବେ କିନ୍ତୁ ଏହା ମିଛ ପ୍ରମାଣିତ ହୋଇଛି । କହିରଖୁଛୁ ଯେ, ଏହି ନୂଆ ଷ୍ଟାର କିଡ ୧୮ ବର୍ଷ ପରି ଦେଖାଯାଉଥିବା ବେଳେ ତାଙ୍କର ବୁଝିବା ଶକ୍ତି ୪୦ ବର୍ଷ ବ୍ୟକ୍ତିଙ୍କ ପରି କିନ୍ତୁ ତାଙ୍କର ପ୍ରକୃତ ବୟସ ୨୩ ବର୍ଷ । ୧୦ ନଭେମ୍ବରରେ ୨୪ ବର୍ଷରେ ପାଦ ଦେବେ । ପଶ୍ଚିନାଙ୍କ ପାଖରେ ଷ୍ଟ୍ରଙ୍ଗ ଥିଏଟର ବ୍ୟାକଗ୍ରାଉଣ ରହିଛି । ଏହା ସହିତ ସେ ବ୍ୟାରୀ ଜନ ଆକ୍ଟିଂ ସ୍କୁଲରେ ୬ ମାସର କୋର୍ସ କରିଛନ୍ତି ।

କହିରଖୁଛୁ ଯେ, ପଶ୍ଚିନା ବିଟାଉନରେ ପାଦ ରଖିଥିବା ରୋଶନ ପରିବାରର ତୃତୀୟ ପିଢି । ହ୍ରିତିକ ପଶ୍ଚିନାଙ୍କ ସହିତ ଖୁବ କ୍ଲୋଜ ଅଟନ୍ତି ଏବଂ ତାଙ୍କ ସହିତ ଅନେକ ଫଟୋ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More