Only for Entertainment

ଅଦାଲତକୁ ମିଛ ପ୍ରମାଣ ଦେଇଥିବାକୁ ନେଇ ପୁଣିଥରେ ଅଡ଼ୁଆରେ ସଲମାନ ଖାନ, ବଢିଲା ସମସ୍ୟା ।

youtube
13

ବଲିଉଡ ଅଭିନେତା ସଲମାନ ଖାନଙ୍କ ବିରୁଦ୍ଧରେ ଅଦାଲତକୁ ଭୂଆଁ ବୁଲାଇଥିବା ମାମଲାରେ ୨୯ ନଭେମ୍ବରକୁ ଯୁକ୍ତି ଉପସ୍ଥାପନା କରିବେ । ଏହି ମାମଲାରେ ବିଚାରାଧୀନ ଧାରା ୩୪୦ର ଦୁଇ ପ୍ରାର୍ଥନା ପତ୍ର ଉପରେ ଆଡିସନାଲ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଶୁଣାଣି ପରେ ୨୯ ନଭେମ୍ବରକୁ ତାରିଖ ଭାବରେ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ୭ ବର୍ଷ ଜେଲ ଦଣ୍ଡ ହେବା ଉଲ୍ଲେଖ ରହିଛି । ଏହି ଦୁଇ ପ୍ରାର୍ଥନା ପତ୍ରକୁ ନେଇ ସଲମାନଙ୍କ ସମସ୍ୟା ବଢିପାରେ ।

ସଲମାନଙ୍କ ଉପରେ ଆରୋପ ରହିଛିଯେ ସେ ସ୍ୱାସ୍ଥ୍ୟ ଠିକ ନଥିବା କଥା ବା କାନରେ କଷ୍ଟ ଅନୁଭବ ହେଉଥିବା କଥା କହି କୋର୍ଟରେ ପହଂଚିପାରିବେ ନାହିଁ ବୋଲି କହିଥିଲେ,କିନ୍ତୁ ସେହି ସମୟରେ ସେ କାଶ୍ମୀରରେ ଫିଲ୍ମ ବଜରଙ୍ଗୀ ଭାଇଜାନର ସୁଟିଂ କରୁଥିଲେ । ଏହି ମାମଲାକୁ ନେଇ ବନ୍ୟ ଅଧିକାରୀ ଲଳିତ ବୋଡ଼ା ସଲମାନ କୋର୍ଟକୁ ଭୂଆଁ ବୁଲାଇଥିବାରୁ ତାଙ୍କ ବିରୁଦ୍ଧରେ ମୁକଦ୍ଦମା କରିବା ପାଇଁ ଅପିଲ କରିଛନ୍ତି ।

ସଲମାନଙ୍କ ଉପରେ ଅନ୍ୟ ଏକ ଆରୋପ ରହିଛିଯେ ନିଜ ନିକଟରେ ଅସ୍ତ୍ର ରଖିଥିବା ହେତୁ ପ୍ରାମଣ ସ୍ୱରୂପ ତାଙ୍କୁ ଲାଇସେନ୍ସର କପି ଦାଖଲ କରିବାର ଥିଲା । କିନ୍ତୁ ସେ ହଜି ଯାଇଥିବା କାରଣ ଦର୍ଶାଇଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏହାର ରିନ୍ୟୁ ପାଇଁ ଆବେଦନ କରିଥିଲେ,ଯାହାପରେ ଏହି ମିଛ ଘଟଣା ସାମ୍ନାକୁ ଆସିଥିଲା ।ତାଙ୍କୁ ଲାଇସେନ୍ସ ମାଗିବା ପରେ ମଧ୍ୟ ସେ ଦାଖଲ କରିନଥିଲେ ।ତେବେ ଏହି ଘଟଣା ଏବେ ମଧ୍ୟ ବିଚାରାଧୀନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More