Only for Entertainment

ଇଟାଲୀର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ, ସୋସିଆଲ ମିଡିଆରେ ଫନି କମେଂଟ ।

punjab kesari
0 43

ଇଟାଲୀରେ ରବିବାରକୁ ହୋଇଥିବା ନିର୍ବାଚନରେ ସେଠାର ଜନତା ମତଦାନ କରିଛନ୍ତି । ତେବେ ଇଟାଲୀରେ ହେଉଥିବା ନିର୍ବାଚନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୁବ ଚର୍ଚ୍ଚାରେ ଅଛନ୍ତି ।
ବାସ୍ତବରେ ରାହୁଲ ଏବେ ତାଙ୍କ ଜେଜେମାଙ୍କ ଘରକୁ ଛୁଟି କଟାଇବା ପାଇଁ ଯାଇଛନ୍ତି । ଦିଲ୍ଳୀ ଭାଜପା ବିଧାୟକ ମନଜିନ୍ଦର ସିଂ ସିରସା ନିଜ ଟ୍ୱିଟର ଆକାଉଂଟରେ ରାହୁଲଙ୍କ ଫଟୋ ସେୟାର କରି କମେଂଟ କରିଛନ୍ତିଯେ “ ଆଗାମୀ ପ୍ରଧାନମନ୍ତ୍ରୀ…..ଇଟାଲୀର” ।

ସେ ଏଥିପାଇଁ କଂଗ୍ରେସକୁ ସମ୍ବର୍ଦ୍ଧନା ମଧ୍ୟ ଦେଇଛନ୍ତି । ତେବେ ସିରସାଙ୍କ ଏହି କମେଂଟ ପରେ ବ୍ୟବହାରକାରୀ ମାନେ କେତେକ କମେଂଟ ଦେଇଥିବା ମଧ୍ୟ ନଜର ଆସିଛି । ତେବେ ଜଣେ ବ୍ୟବହାରକାରୀ ଲେଖିଛନ୍ତିଯେ ସେଭଳି ଦିନ କେବେ ମଧ୍ୟ ନ ଆସୁ ନଚେତ ଦେଶକୁ ବିକ୍ରି କରି ସମଗ୍ର କଂଗ୍ରେସ ପିଢି ଇଟାଲୀ ସିଫ୍ଟ ହୋଇଯିବେ । ଆଉ କେହି ଲେଖିଛନ୍ତିଯେ ଆପଣ ଇଟାଲୀ ଲୋକଙ୍କୁ ଅସମ୍ମାନ କରୁଛନ୍ତି । ଇଟାଲୀରେ ଜଣେ ବୁଝାସୁଝା ପ୍ରଧାନମନ୍ତ୍ରୀଙ୍କର ଆବଶ୍ୟକତା ରହିଛି ।
କେବଳ ସେତିକି ନୁହେଁ ଭାଜପା ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଦୁଇଟି ରାଜ୍ୟରେ ଜିତିବା ପରେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତିଯେ ମୋତେ ହ୍ୱାଟ୍ସଅପରେ ମେସେଜ ଆସିଛିଯେ ଇଟାଲୀରେ ନିର୍ବାଚନ ଅଛି ।

ସୂଚନା ଅନୁସାରେ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ରାହୁଲଙ୍କ ତରଫରୁ କୌଣସି ଉତ୍ତର ଆସିନାହିଁ । ନାଗାଲାଣ୍ଡ ଏବଂ ତ୍ରିପୁରାରେ କଂଗ୍ରେସକୁ ବଡ଼ ଧରଣର ହାର୍ର ସାମ୍ନା କରିବାକୁ ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More