ପ୍ରୋଫେସନାଲ ଡ୍ୟାନ୍ସର ଶାନ୍ତନୁ ମାହେଶ୍ୱରୀଙ୍କୁ ନଚ ବଲିୟେ ୯’ରୁ ବାହାର କରିବା ପରେ ନିର୍ମାତାଙ୍କ ଉପରେ ରାଗିଲେ ନିଆ ଶର୍ମା
ନଚ ବଲିୟେ ୯’ କେବଳ ଲୋକପ୍ରିୟ ରିଆଲିଟି ଶୋ ନଥିଲା ବରଂ ଥିଲା ଖୁବ ବିବାଦୀୟ ମଧ୍ୟ । ବାରମ୍ବାର ଏହାକୁ ନେଇ ପ୍ରତିଯୋଗୀ ମାନଙ୍କ ପ୍ରତିକ୍ରିୟା ଆସୁଥିଲା, ଯାହାର କାରଣ ଥିଲେ ଏହାର ବିଚାରକ । ସେମାନଙ୍କ ପିଚାରରେ ପ୍ରତିଯୋଗୀ ମାନେ ଖୁସି ନଥିଲେ । କେତେକ ଯୋଡ଼ି ନିଜର ପ୍ରତିକ୍ରିୟା ଦେଇଥିଲେ । ଏହି ମାନଙ୍କ ମଧ୍ୟରେ ଜଣେ ପ୍ରତିଯୋଗୀ ଥିଲେ ଉର୍ବସୀ ଢୋଲକିୟା, ଯିଏ ଶୋ’ରୁ ବାହାରି ଯାଇଥିଲେ । ଶାନ୍ତନୁ ଏବଂ ନିତ୍ୟାମୀ ଟପ ୫ରେ ଥିଲେ । ତେବେ ଶାନ୍ତନୁ ଶୋ’ରୁ ବାହାରିଯିବା ପରେ ଅଭିନେତ୍ରୀ ନିଆ ଶର୍ମା ନିର୍ମାତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ୱିଟ କରିଛନ୍ତିଯେ ଯିଏ ଇଂଟରନେସନାଲ ଫିଲ୍ଡରେ ଦେଶକୁ ରିପ୍ରେଜେଂଟ କରୁଥିଲେ ଏବଂ ଏହା ସହିତ ସେ ଜଣେ ପ୍ରୋଫେ଼ସନାଲ ଡ୍ୟାନ୍ସର ମଧ୍ୟ, କିଭଳି ଶୋ’ରୁ ବାହାରିଗଲେ । ତେବେ ଏହାକୁ ନେଇ ସେ ରାଗି ଯାଇଛନ୍ତି ଏବଂ ନିର୍ମାତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।
Shantanu Maheshweri gets evicted from a dance reality show? Same guy who represents the country on an international dance platform? Kudos!! All due respect to these reality shows but also please respect the guy whose very profession is DANCE !! @shantanum07
— NIA SHARMA (@Theniasharma) October 29, 2019