Only for Entertainment

ଏକତା କପୂରଙ୍କୁ ମିଳିଗଲା ନୂଆ ନାଗିନ, ଖୁବଶୀଘ୍ର ଆରମ୍ଭ ହେବ ସୁଟିଂ

22

ଏକତା କପୂରଙ୍କ ସୁପର ନାଚୁରାଲ ଶୋ ନାଗିନର ଚାହିଦା ଖୁବ ବେଶୀ । ଦିନକୁ ଦିନ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସୁପର ନାଚୁରାଲ ଶୋ ଦେଖିବା ପାଇଁ ଇଛା ବଳାଉଛନ୍ତି । ଗୋଟିଏ ପରେ ଗୋଟିଏ ସିରିଜ ନେଇ ଆସୁଛନ୍ତି ଜିତେନ୍ଦ୍ରଙ୍କ ଝିଅ ଏକତା କପୂର । ତେବେ ଏହା ନାଗିନର ଚତୁର୍ଥ ସିରିଜ । ସବୁଥର ଭଳି ଏହିଥର ମଧ୍ୟ ନାଗିନ ଚରିତ୍ରରେ ପରିବର୍ତ୍ତନ କରାଯାଇଛି । ସେହି ଜଣେ ନାୟିକାଙ୍କଚ ହୁଏତ ଗୋଟିଏ ସିରିଜରେ ଦେଖିବାକୁ ମିଳିବ ନାହିଁ । ମୌନି ରୟଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ଶୋ ଏବେ ନିଆ ଶର୍ମାଙ୍କ ପର୍ଯ୍ୟନ୍ତ ପହଂଚିଛି । ତେବେ ଏହା ପୂର୍ବ ସିଜିନରେ ସୁରଭି ଜ୍ୟୋତି ଏବଂ ଅନୀତା ହସନନ୍ଦନୀଙ୍କୁ ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ ।

 

ଶୋ ସବୁବେଳେ ଦର୍ଶକଙ୍କ ହୃଦୟ ଜିତିଛି, ଏବଂ ଏହିଥର ଜିତିବ ବୋଲି ମଧ୍ୟ ଆଶା ରଖିଛନ୍ତି । ସବୁଠାରୁ ଖାସ କଥା ହେଉଛି ନିଆ ଶର୍ମାଙ୍କୁ ଏହା ପୂର୍ବରୁ କେବେ ମଧ୍ୟ ସୁପର ନାଚୁରାଲ ଶୋ’ରେ ଅଭିନୟ କରୁଥିବାର ଦେଖିବାକୁ ମିଳିନାହିଁ । ତେଣୁ ପ୍ରଥମ ଥର ତାଙ୍କୁ ଏଭଳି ଶୋ’ରେ ଦେଖିବା ମଜାଦାର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More