Only for Entertainment

ମେହେନ୍ଦୀ ଫଙ୍କସନରେ ନିକ ହାତରେ ଲେଖିଲେ ପ୍ରିୟଙ୍କାଙ୍କ ନାଁ !

Glamour
33

ଗତ ଶନିବାର ବଲିଉଡ ଘରେ ଦୁଇ ଦୁଇଟି ବଡ ଫଙ୍କସନ ହୋଇଥିଲା । ରଣବୀର ଏବଂ ଦୀପିକାଙ୍କ ରିସେପସନ ଏବଂ ଯୋଧପୁରରେ ପ୍ରିୟଙ୍କା ମେହେନ୍ଦି ଏବଂ ସଙ୍ଗୀତ । ପ୍ରିୟଙ୍କା ଚୋପ୍ରାଙ୍କର ଗତକାଲି ମେହେନ୍ଦି ଏବଂ ସଙ୍ଗୀତ ହୋଇଥିଲା । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଫଙ୍କସନରେ ପ୍ରିୟଙ୍କା ହଳଦିଆ ଫ୍ଲୋରାଲ କଲରର ଲେହେଙ୍ଗାରେ ଖୁବ ସୁନ୍ଦର ଦିଶୁଛନ୍ତି , ସେହିଭଳି ନିକ ଧଳା କୁର୍ତ୍ତାରେ ।
ଦୁହେଁ ଦୁହିଁଙ୍କୁ ବିବାହ କରୁଥିବା ନେଇ ବେଶ ଖୁସି ଥିବା ନଜର ଆସିଛନ୍ତି । ତେବେ ଗତକାଲି ତାଙ୍କର କାଥଲିକ ଅର୍ଥାତ ଖ୍ରିଷ୍ଟିଆନ ରୀତିରେ ବିବାହ ଶେଷ ହୋଇଯାଇଛି । ଏବେ ହିନ୍ଦୁ ରୀତିନୀତିରେ ବିବାହ ପାଇଁ ଜୋରଶୋରରେ ପ୍ରସ୍ତୁତି ଚାଲିଛି ।

ଏଠାରେ ଆମେ କହି ରଖୁଛୁ ଯେ ଯୋଧପୁର ଉମୈଦ ଭବନରେ ଏହି ବିବାହର ଫଙ୍କସନ ଚାଲିଛି । ଦୁହେଁ ଦୀର୍ଘ ଦିନ ଡେଟ କରିବା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଦୁଂହିଁଙ୍କର ହେବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More