ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ଙ୍କ ବିବାହକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ବିବାହ ପାଇଁ ଆମେରିକୀୟ ସିଙ୍ଗର ନିକ୍ ଜୋନସ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରିୟଙ୍କା ଚୋପ୍ରା ବି ଦିଲ୍ଲୀରେ ନିଜ ସିନେମା ‘ଦ ସ୍କାଇ ଇଜ ପିଙ୍କ୍’ର ସୁଟିଂ କରୁଛନ୍ତି। ତେବେ ଦୁହିଁଙ୍କୁ ନେଇ ଚର୍ଚ୍ଚା ହେଉଛି କି ପ୍ରିୟଙ୍କା ତାଙ୍କ ଭାବି ସ୍ୱାମୀ ନିକ୍ଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିବାହ ନିମନ୍ତ୍ରଣ କାର୍ଡ ଦେବାକୁ ଯାଇ ପାରନ୍ତି।
ପ୍ରିୟଙ୍କା ଓ ନିକ୍ଙ୍କ ବିବାହ ଯୋଦ୍ଧପୁରର ଶାହି ଉମେଦ ଭବନ ପ୍ଲେସ୍ରେ ହେବାକୁ ଯାଉଛି। ଏଠାରେ ଦୁହିଁଙ୍କ ବିବାହ ସମାରୋହ ନଭେମ୍ବର ୨୮ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ନିକ୍ ଜୋନସ୍ ଭାରତ ବି ପହଞ୍ଚି ସାରିଛନ୍ତି। ତେବେ ପ୍ରିୟଙ୍କା ଓ ନିକ୍ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଭିଆପିଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେବାକୁ ଯିବେ ବୋଲି ଶୁଣିବାକୁ ମିଳୁଛି। ଏହା ପୂର୍ବରୁ ନ୍ୟୁୟର୍କରୁ ଆସିବା ସମୟରେ ନିକ୍ ବହୁତ ଖୁସି ଥିବା ନଜର ଆସିଥିଲେ। ନିକ୍ ଇନ୍ଷ୍ଟାଗ୍ରାମ୍ରେ ନିଜର ଏକ ଫଟୋ ସେୟାର କରିଛନ୍ତି।