Only for Entertainment

ପ୍ରିୟଙ୍କା ମିସ୍ ୱାଲ୍ଡ ଜିତିବା ବେଳେ ଏହିପରି ଦେଖାଯାଉଥିଲେ ୮ ବର୍ଷର ନିକ ଜୋନସ । ଫଟୋ ଭାଇରାଲ ।

you tube
0 110

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ସିଙ୍ଗର ନିକ ଜୋନସଙ୍କ ସହିତ ଶନିବାର ଦିନ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଛନ୍ତି । ଏନଗେଜମେଣ୍ଟ ସେରେମୋନି ପରେ ଦୁହେଁ ଅଫିସିଆଲ ଭାବେ ରିଲେସନସିପ ବିଷୟରେ ଘୋଷଣା କରିଛନ୍ତି । ରୋକା ସେରେମୋନି ପରେ ଦୁହେଁ କିଛି ଫଟୋ ସେୟାର କରି ନିଜର ଫ୍ୟାନମାନଙ୍କୁ ଏହି ଗୁଡ ନ୍ୟୁଜ ଦେଇଥିଲେ । କହିରଖୁଛୁ ଯେ ବୟସର ପାର୍ଥକ୍ୟ ପାଇଁ ଏହି ଯେଡି ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ପ୍ରିୟଙ୍କା ଏବେ ୩୬ ବର୍ଷର ହୋଇଥିବା ବେଳେ ନିକଙ୍କୁ ମାତ୍ର ୨୫ ବର୍ଷ ହୋଇଛି ।

ଏନଗେଜମେଣ୍ଟ ଫଟୋ ବ୍ୟତିତ ପ୍ରିୟଙ୍କା ଏବଂ ନିକ ଏକ କୋଲାଜ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଗୋଟିଏ ପଟେ ପ୍ରିୟଙ୍କା ୨୦୦୦ ମସିହାରେ ମିସ ୱାଲ୍ଡ ଟାଇଟଲ ହାସଲ କରିବା ପରର ଫଟୋ ଥିବା ବେଳେ ଅନ୍ୟପକ୍ଷରେ ୨୦୦୦ ମସିହାରେ ନିକ କିପରି ଦେଖାଯାଇଥିଲେ ତାହାର ଫଟୋ ରହିଛି । ଫଟୋରେ ନିକ ସ୍କୁଲ ବୟ ପରି ଦେଖାଯାଉଛନ୍ତି ।

 

ପ୍ରିୟଙ୍କା ୧୮ ବର୍ଷରେ ମିସ୍ ୱାଲ୍ଡ ଜିତିଥିବା ବେଳେ ସେତେବେଳେ ନିକ ମାତ୍ର ୮ ବର୍ଷର ଥିଲେ । ଫଟୋ ସହିତ ଏହାର କ୍ୟାପସନରେ ଲେଖାଯାଇଛି କାହାକୁ ବା ଜଣାଥିଲା ଏହି ଛୁଆ ଦିନେ ପୂର୍ବ ମିସ ୱାଲ୍ଡ ତଥା ବଲିଉଡ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରାଙ୍କୁ ଡେଟ କରିବ । ନିକ ଏବଂ ପ୍ରିୟଙ୍କାଙ୍କ ବୟସର ତାରତମ୍ୟ ସବୁବେଳେ ଲୋକଙ୍କର ଚର୍ଚ୍ଚାର ବିଷୟ ଥିବେ ବେଳେ ପ୍ରିୟଙ୍କା ଏବଂ ନିକ ସମାଜକୁ ଭଲ ପାଇବାକୁ ନେଇ ଏକ ପଜିଟିଭ ସନ୍ଦେଶ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More