ବଲିଉଡ-ହଲିଉଡରେ ନିଜ ଜଲୱା ଦେଖାଉଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ବିବାହ ପରେ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ବିଦେଶରେ ନିକଙ୍କ କୁଲ ଅନ୍ଦାଜ ସମସ୍ତଙ୍କୁ ଖୁବ ପସନ୍ଦ । ନିକଟରେ ନିକ ଜୋନସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ନିକ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଏବେ ଆପଣ ଭାବୁଥିବେ ଏହା ତ ସାଧାରଣ କଥା । କିନ୍ତୁ ଏହା ସାଧାରଣ ନୁହେଁ ନିକ କୌଣସି ଇଂଲିଶ ଗୀତରେ ନୁହଁନ୍ତି ବରଂ ଏକ ପଂଜାବୀ ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ତାଙ୍କ ଦେଶୀ ଡାନ୍ସ ଅନ୍ଦାଜ ଖୁବ ନିଆରା ଦେଖିବାକୁ ମିଳିଛି ।
View this post on Instagram
When Nickster does it better than Sid and I did in our film 😜🤣 @nickjonas @sidmalhotra #KhadkeGlassy
ଭିଡିଓରେ ନିକ ଫିଲ୍ମ ‘ଜାବରିଆ ଯୋଡି’ର ଗୀତ ‘ଖଡକେ ଗ୍ଲାସୀ’ରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ପଂଜାବୀ ଗୀତରେ ଡାନ୍ସ କରୁଥିବା ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।
ସେହିପରି ଏବେ ପରିଣିତି ଚୋପ୍ରା ମଧ୍ୟ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି । ଏହା ପରେ ଏହି ଗୀତ ଆହୁରି ଜବରଦସ୍ତ ଭାଇରାଲ ହେବାରେ ଲାଗିଛି । ଭିଡିଓ ଇଂଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଏହାକୁ ୯ଲକ୍ଷରୁ ଉଦ୍ଧ୍ୱର୍ ଥର ଦେଖାଯାଇ ସାରିଲାଣି ।