Only for Entertainment

ବଲିଉଡ ଫିଲ୍ମରେ ଗୀତ ଗାଇବାକୁ ଚାହୁଁଛନ୍ତି ନିକ ଜୋନସଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସେଲେନା ଗୋମେଜ ।

Life & Style
0 84

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାବିସ୍ୱାମୀଙ୍କୁ ଡେଟ କରି ସାରିଥିବା ଜଣାଶୁଣା ଲୋକପ୍ରିୟ ହଲିଉଡ ଗାୟିକା ଏବଂ ଅଭିନେତ୍ରୀ ସେଲେନା ଗୋମେଜ ବଲିଉଡ ଫିଲ୍ମରେ ଗୀତ ଗାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ବଲିଉଡ ଫିଲ୍ମରେ ଗୀତ ଗାଇବାକୁ ନେଇ କ’ଣ ଭାବୁଛନ୍ତି ଏହି ପ୍ରଶ୍ନରେ ସେଲେନା ଉତ୍ତର ଦେଇଥିଲେ, “ମୋତେ ଏପରି କେହି କେବେ ପଚାରିନାହାନ୍ତି । କିନ୍ତୁ ମୋତେ ଲାଗୁଛି ବଲିଉଡ ଫିଲ୍ମରେ କାମ କରିବା ଏକ ସୁନ୍ଦର ଅନୁଭୂତି ରହିବ ।”

selena-gomez.

ସେଲେନା ଗୋମେଜଙ୍କୁ ଡିଜ୍ନି ଶୋ ‘ବିଜର୍ଡ ଅଫ ବେବର୍ଲି ପ୍ଲେସ’ରେ ଶିଶୁ କଳାକାର ଭାବେ ପରିଚୟ ମିଳିଥିଲା । ତାଙ୍କର ‘କମ ଆଣ୍ଡ ଗେଟ ଇଟ’, ‘ଦ ହାର୍ଟ ବାଉନ୍ସ’, ‘ବେଡ ଲାୟର’, ‘ବ୍ୟାକ ଟୁ ୟୁ’ ପରି ଗୀତ ଖୁବ ଲୋକପ୍ରିୟ ।

ଗୋମେଜ ନିଜର କ୍ୟାରିୟର ବ୍ୟତିତ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାନ୍ତି । ପ୍ରଥମ ବୟଫ୍ରେଣ୍ଡ ଡଷ୍ଟିନ ବିବରଙ୍କ ଠାରୁ ଅଲଗା ହେବା ପରେ ଗୋମେଜ ଡିଡେ ଜେଡଙ୍କୁ ଡେଟ କରିଥିବା ଖବର ସାମ୍ନାକୁ ଆସିଥିଲା ।

nick and gomez

ଏହାପରେ ୨୦୦୮ରେ ଆମେରିକୀୟ ସିଙ୍ଗର ନିକ ଜୋନସ ସହିତ ତାଙ୍କର ଆଫେୟର ଚର୍ଚ୍ଚାରେ ରହିଥିଲା ମାତ୍ର ଏହା ବେଶୀ ଦିନ ଚାଲିପାରିଲା ନାହିଁ । ୨୦୦୯ରେ ଦୁହେଁ ଅଲଗା ହୋଇଯାଇଥିଲେ । ନିକ ଏବେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କାଙ୍କ ସହିତ ବିବାହ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More