Only for Entertainment

ପ୍ରିୟଙ୍କାଙ୍କୁ ଛାଡି ୟୁଏସ ଗଲେ ନିକ ଜୋନସ, ଦୁଃଖିତ ନଜର ଆସିଲେ ପ୍ରିୟଙ୍କା !

BollywoodShaadis
45

ପ୍ରିୟଙ୍କାଙ୍କୁ ଛାଡି ଆମେରିକା ଗଲେ ନିକ୍ । ଇଶାଙ୍କ ବିବାହ ପରେ ଆଜି ଆମେରିକା ଫେରିଛନ୍ତି ନିକ୍ । ନିକଙ୍କୁ ବିଦାୟ ଦେବା ସମୟରେ ଦୁଃଖିତ ଥିବା ନଜର ଆସିଥିଲେ ପ୍ରିୟଙ୍କା ।

ଏପଟେ ବିବାହ ପରେ ନିକ୍ ଙ୍କ ସହ ଅଧିକ ସମୟ ବିତାଇପାରି ନଥିବାରୁ ସେ ଦୁଃଖରେ ଥିବା ଜଣା ପଡିଛନ୍ତି । ଗତ ଡିସେମ୍ବର ୨ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସୁଟରେ ବ୍ୟସ୍ତ ଥିବାରୁ ନିକଙ୍କ ସହ ସମୟ ବିତାଇ ପାରି ନଥିଲେ ଦେଶୀଗର୍ଲ ।

ଏଠାରେ ଆମେ କହି ରଖୁଛୁ ଯେ, ନିକଟରେ ନିକ-ପ୍ରିୟଙ୍କା ଓମାନକୁ ହନିମୁନରେ ଯାଇଥିଲେ । ଓମାନରୁ ଫେରି ଇଶାଙ୍କ ବିବାହରେ ଯୋଗଦେଇଥିଲେ ପତିପତ୍ନୀ ।

ତେବେ ୧୯ ଓ ୨୦ ଡିସେମ୍ବରରେ ସେମାନେ ମୁମ୍ବାଇରେ ଆଉ ଦୁଇଟି ପାର୍ଟି ଦେବେ ବୋଲି ଜଣାପଡିଛି । ୧୯ରେ ଥିବା ପାର୍ଟିରେ ବନ୍ଧୁ ସମ୍ପର୍କୀୟ ସାମିଲ ହେବେ । ସେହିପରି ୨୦ରେ ରଖିଥିବା ପାର୍ଟିରେ ବଲିଉଡ ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More