Only for Entertainment

ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରି ଖୁସି ଅଛନ୍ତି ନିକ ଜୋନସ? ସାମ୍ନାକୁ ଆସିଲା…

entertainment tonight
25

୧ ଡିସେମ୍ବରକୁ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହକୁ ୧ ବର୍ଷ ହେବ । ଦୁଇଜଣ ଯୋଦ୍ଧପୁରର ଉମେଦ ଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେଠାରେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ ରୀତି ନୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତେବେ ବିବାହର ପ୍ରଥମ ବାର୍ଷିକୀକୁ ନେଇ ଏକ ଖୁଲାସା କରିଛନ୍ତି ନିକ ଜୋନସ ।

ଏକ ଇଂଟରଭ୍ୟୁରେ ନିକ କହିଛନ୍ତିଯେ, ମୁଁ କିଭଳି ଆନିଭର୍ସରୀକୁ ପାଳନ କରିବି ସେହି ବିଷୟରେ କହିବି ନାହିଁ, କାରଣ ଏହା ପ୍ରିୟଙ୍କାଙ୍କ ପାଇଁ ଏକ ସରପ୍ରାଇଜ୍ । ହୋଇପାରେ ସେ ଏବେ ଏହି ଶୋ ଦେଖୁଥିବେ । ମୁଁ ଚାହୁଁ ନାହିଁ ମୋର କୌଣସି ପ୍ଲାନ ଖରାପ ହୋଇଯାଉ । ମୁଁ କିଛି ଦିନ ପାଇଁ ଛୁଟି ନେବି । ତେବେ ଏହି ବର୍ଷ ମୋର ଖୁବ ଭଲରେ ବିତିଲା । ଏହା ସହିତ ନିକ କହିଛନ୍ତିଯେ ମୋର ସାଙ୍ଗମାନେ କହୁଛନ୍ତିଯେ ତୁମେ ଦୁଇଜଣ ଖୁବ ନିକଟତର ହୋଇଯାଇଛ । ମୋ ମତରେ ଏହା ଠିକ, ଆମେ ପତି ପତ୍ନୀ ଭାବରେ ନିଜକୁ ଆଡଜଷ୍ଟ କରି ସାରିଛୁ ବୋଲି ମୋତେ ମନେ ହେଉଛି ।

ତେବେ ନିକଙ୍କ ଏଭଳି କଥା ଶୁଣି ଜଣାପଡ଼ୁଛି ପ୍ରିୟଙ୍କାଙ୍କ ସହିତ ସେ ଖୁବ ଖୁସିରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More