Only for Entertainment

ପ୍ରିୟଙ୍କା ଚୋପ୍ରା ସୁଟିଂରେ ବ୍ୟସ୍ତ, ନିକ ଜୋନସ କରୁଛନ୍ତି ବିବାହ ସପିଂ !

23

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ରାଜସ୍ଥାନରେ ବିବାହ ଖବର ମଧ୍ୟରେ ଏବେ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଅନ୍ୟପଟେ ନିକ ବିବାହ ପାଇଁ ଖୁବ ଏକ୍ସାଇଟେଡ ଅଛନ୍ତି । ନିକ ନିଜର ଦୁଲହନଙ୍କୁ ନେବା ପାଇଁ ନ୍ୟୂୟର୍କରୁ ଭାରତକୁ ଆସିସାରିଲେଣି ।
ନିକ ନ୍ୟୁୟର୍କରୁ ବାହାରିଲା ବେଳେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ନିକ ଲେଖିଛନ୍ତି ‘ଫିର ମିଲେଙ୍ଗେ ନ୍ୟୁୟର୍କ’ ଅର୍ଥାତ ପୁଣି ଥରେ ଦେଖା ହେବ ନ୍ୟୁୟର୍କ ଲେଖିଛନ୍ତି ।

ନିକ ଖୁବ ଶୀଘ୍ର ପ୍ରିୟଙ୍କାଙ୍କ ସହ ନଜର ଆସିବେ । ସେହିଭଳି ଇଣ୍ଡିଆ ଆସିବା ପୂର୍ବରୁ ନିକ ସପିଂ କରୁଥିବାର ନ୍ୟୁୟର୍କରେ ସ୍ପଟ ହୋଇଥିଲେ । ରିପୋର୍ଟ ମୁତାବକ ନିକ ବିବାହ ଲାଗି ପ୍ରିୟଙ୍କାଙ୍କ ପାଇଁ କିଛି ସ୍ପେଶାଲ ଉପହାର ସପିଂ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏବେ ପର୍ଯ୍ୟନ୍ତ ଦୁହିଁଙ୍କ ବିବାହ ତାରିଖର ଖୁଲାସା ହୋଇନାହିଁ । ମାତ୍ର ମିଡିଆ ରିପୋର୍ଟ ମୁତାବକ ଦୁହେଁ ଡିସେମ୍ବର ୨ରେ ବିବାହ କରି ପାରନ୍ତି ।

 

View this post on Instagram

 

See you later NYC…

A post shared by Nick Jonas (@nickjonas) on


ବିବାହ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତିରେ ହେବ । ଏବେ ଏବେ ଏହି ଯୋଡିଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଯେଉଁ ମୁତାବକ ଦୁହେଁ ୩ଡିସେମ୍ବରରେ ଖ୍ରୀଷ୍ଟିଆନ ରୀତିରେ ବିବାହ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More