ଦେଶୀଗର୍ଲଙ୍କୁ ବୋହୂ ବେଶରେ ଏଂଟ୍ରି ଦେଖି କାନ୍ଦିଲେ ନିକ, ଦେଖନ୍ତୁ ଭିଡିଓ !
ଦେଶୀଗର୍ଲ ପ୍ରିୟଙ୍କା ଏବଂ ନିକ ଗତକାଲି ରାତିରେ ନିଜ ବିବାହ ରିସେପସନ ପାର୍ଟି ଦେଇଥିଲେ ଦିଲ୍ଲୀରେ । ଏହି ପାର୍ଟିରେ ଏହି ନବବିବାହିତ କପଲ ଏଭଳି ଦୁହିଁଙ୍କ ସହ ଯୋଡି ହୋଇରହିଥିଲେ ଯେପରି କାହାର ନଜର ସେମାନଙ୍କ ପାଖରୁ ହଟୁ ନଥିଲା । ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା ଏବଂ ନିକ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ବିବାହର ଫଟୋ, ମେହେନ୍ଦୀ, ସଙ୍ଗୀତର ଫଟୋ ମଧ୍ୟ ଏବେ ସାମ୍ନାକୁ ଆସି ସାରିଲାଣି ।
View this post on Instagram
ଏବେ ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଖ୍ରୀଷ୍ଟିଆନ ରୀତିନୀତି ବିବାହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରିୟଙ୍କା ଏକ ଧଳା ସୁଟ ପିନ୍ଧି ବିବାହ କରିବା ପାଇଁ ମଣ୍ଡପ ଆଡକୁ ଆସୁଥିବା ବେଳେ ତାଙ୍କୁ ଦେଖି ନିକ କାନ୍ଦି ପକାଇଥିଲେ । ନିକ ପ୍ରିୟଙ୍କାଙ୍କ ଠାରୁ ୧୦ବର୍ଷ ସିନା ଛୋଟ ମାତ୍ର ଏଥିରୁ ଜଣା ପଡୁଛି ଯେ ଦୁହିଁଙ୍କ ମଧ୍ୟରେ ଭରପୂର ପ୍ରେମ ରହିଛି ।