Only for Entertainment

ହିନ୍ଦୀ ଫିଲ୍ମର ଗୀତ ଗାଇ ଧୁମ ମଚାଇଲେ ବିଦେଶୀ ପୁଅ ।

punjab kesari
28

ଦେଶୀ ଲୋକ ବିଦେଶୀ ଗୀତ ଗାଇବା କୌଣସି ଆଶ୍ଚର୍ଯ୍ୟକର କଥା ନୁହେଁ,ବରଂ ଯେତେବେଳେ କୌଣସି ବିଦେଶୀ ହିନ୍ଦୀ ଗୀତ ଗାଇଥାନ୍ତି ତାହା ଭାଇରାଲ ହୋଇଯାଏ । ଏହିଭଳି କିଛି ଘଟଣା କେବେ କେବେ ଦେଖିବାକୁ ମିଳିଥାଏ । ନିକଟରେ ସେହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ତିନି ଜଣ ବିଦେଶୀ ହିନ୍ଦୀ ଫିଲ୍ମର ଗୀତ ଗାଇ ସୋସିଆଲ ମିଡିଆରେ ଖେଳି ଯାଇଛନ୍ତି ।

ବାସ୍ତବରେ ଏହି ତିନି ଯୁବକ ହେଉଛନ୍ତି ନାଇଜେରିଆନ । ଯେଉଁମାନେ ଏତେ ମସ୍ତୀ ଭରା ଅନ୍ଦାଜରେ କଲ ହୋ ନା ହୋ ଗୀତକୁ ଗାଇଛନ୍ତିଯେ ଦେଖିଲେ ଆପଣ ମଧ୍ୟ ତାଙ୍କ ସହିତ ଗୀତରେ ତାଳ ମିଶାଇ ଗାଇବାକୁ ଇଛା କରିବେ । ସୋସିଆଲ ମିଡିଆରେ ଏମାନଙ୍କୁ ଖୁବ ପସନ୍ଦ କରାଯାଉଛି । ଜଣେ ୟୁଜର ଲେଖିଛନ୍ତିଯେ ଭାରତୀୟଙ୍କ ଅପେକ୍ଷା ନାଇଜେରିଆନ ମାନେ ଅଧିକ ବଲିଉଡ ଫିଲ୍ମ ଦେଖୁଛନ୍ତି । ଲୋକମାନେ ପୋଷ୍ଟରେ କରଣ ଜୋହରଙ୍କୁ ମଧ୍ୟ ଟ୍ୟାଗ କରି ଦେଇଛନ୍ତି । ଆଶା କରାଯାଉଛିଯେ ଖୁବଶୀଘ୍ର କରଣ ଜୋହରଙ୍କ ନଜର ଏମାନଙ୍କ ଟ୍ୟାଲେଂଟ ଉପରେ ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More